ଶିକ୍ଷା ର ମନ୍ଦିରରେ ମଦର ଆସର : ମାତାଲ ହେଲେ ପ୍ରଧାନଶିକ୍ଷକ

0
118
ଶିକ୍ଷା ର ମନ୍ଦିରରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୪/୧୦) : ଶିକ୍ଷା ର ମନ୍ଦିରରେ ଜମିଲା ମଦର ଆସର । ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷକ ନିଜେ ମାତାଲ ହେଲେ । ପିଲାଙ୍କୁ ସମ୍ଭାଳିବା ବଦଳରେ ନିଜେ ଅସମ୍ଭାଳ ହୋଇପଡ଼ିଲେ । ପରିସ୍ଥିତି ଅଣାୟତ୍ତ ହେବା ପରେ ତାତିଲେ ଅଭିଭାବକ ।school 1 ଶିକ୍ଷା ର ମନ୍ଦିରରେ ମଦର ଆସର : ମାତାଲ ହେଲେ ପ୍ରଧାନଶିକ୍ଷକ

ଶିକ୍ଷା ର ମନ୍ଦିରରେ ମଦର ଆସର ଜମାଇଥିବା ଏପରି ଶିକ୍ଷକଙ୍କ ତୁରନ୍ତ ବଦଳି ଦାବିରେ ଆଜି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏପରି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମାଟୁପାଲି ଗାଁରେ ଘଟିଛି । ମାଟୁପାଲି ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟଦେବ ବିଶିଙ୍କ ସହ ତାଙ୍କର କିଛି ସହଯୋଗୀ ଗତକାଲି ସ୍କୁଲକୁ ଆସିଥିଲେ । ସମସ୍ତେ ମାତାଲ ଅବସ୍ଥାରେ ଥିବା ବେଳେ ସ୍କୁଲ ଭିତରେ ବି ମଦ ପିଇଥିଲେ । କାରଣ ସ୍କୁଲ ପରିସରରେ ମଦ ବୋତଲ ପଡ଼ିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ଜାଣିବା ପରେ ଆଜି ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ପ୍ରଧାନଶିକ୍ଷକ ପ୍ରତିଦିନ ମଦ ପିଇ ସ୍କୁଲ ଆସନ୍ତି । ଛାତ୍ରଛାତ୍ରୀଙ୍କୁ ଠିକ୍‌ରେ ପାଠ ପଢାନ୍ତି ନାହିଁ । ସ୍କୁଲ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଆସୁଥିବା ଅର୍ଥକୁ ବାଟମାରଣ କରନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ତେଣୁ ଖୁବ୍‌ ଶୀଘ୍ର ପ୍ରଧାନ ଶିକ୍ଷକ ଜୟଦେବ ବିଶିକୁ ନିଲମ୍ୱନ କରିବା ପାଇଁ ଦାବୀ କରିଛନ୍ତି ଆନ୍ଦୋଳନ କାରୀ । ସେପଟେ ଏ ନେଇ ଶିକ୍ଷା ବିଭାଗ ର ମତାମତ ମିଳିପାରି ନାହିଁ ।