ନିଜ ବୀମା ଟଙ୍କା ପ୍ରଦାନ ଦାବି କରି ରେଳ ରୋକ୍

0
111
ନିଜ ବୀମା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୧୪/୧୦) : ବାରମ୍ୱାର ନିଜ ବୀମା ଟଙ୍କା ପ୍ରଦାନ ଦାବି କରି ଆସୁଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଅବହେଳା କରାଯାଉଥିବା ନେଇ ଚାଷୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହୋଇ ରେଳ ଚଳାଚଳ ବନ୍ଦ କରିଛନ୍ତି ।

ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ରେଳ ଜଙ୍କସନ୍ ଦେଇ ଅନେକ ଦ୍ରୁତଗାମୀ ଟ୍ରେନ ଚଳାଚଳ କରୁଥିବା ବେଳେ ଏହି ଷ୍ଟେସନରେ ଆଜି ଚାଷୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରିଛନ୍ତି । ଦୂର ଦୁରାନ୍ତ ରୁ ଶହ ଶହ ସଂଖ୍ୟାରେ ଚାଷୀ ମାନେ ଆସି ଏହି ରେଳ ଷ୍ଟେସନରେ ପହଞ୍ଚି ନିଜ ବୀମା ଟଙ୍କା ପ୍ରଦାନ ଦାବି ନେଇ ଏହି ରେଳ ରୋକ୍ କରିଥିବା ବେଳେ ଉକ୍ତ ଟଙ୍କା ପ୍ରଦାନରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଥିବା ପ୍ରକାଶ କରିଛନ୍ତି । ଏହି ରେଳ ରୋକ୍ ପାଇଁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି ।