ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଶୁଭ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

0
111
ଶ୍ରୀ ନବୀନ ପଟ୍ଟନାୟକ

ରିପୋର୍ଟ : ଗୋପୀନାଥ ଗୌଡ଼
ବିଷମକଟକ, (୧୬/୧୦) : ୧୬/୧୦/୨୦୨୨ (ରବିବାର) ଦିନ ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗୀ ଠାରେ ବିଜୁ ଜନତା ଦଳ ତରଫରୁ ଆମ୍ଭ ପ୍ରିୟ ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଶୁଭ ଜନ୍ମଦିନ ଅବସରରେ ଜିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାଶଙ୍କ ନେତୃତ୍ୱରେ ୫ ଗୋଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ, ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସହ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ସହ ଜନସମ୍ପର୍କ ପଦଯାତ୍ରାର ଆୟୋଜନ କରାଯାଇଥିଲା ।WhatsApp Image 2022 10 16 at 5.29.16 PM ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଶୁଭ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଶୁଭ ଜନ୍ମଦିନ ଅବସରରେ ୩୭୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ତଥା ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ଉନ୍ନୟନ ମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା, ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ଶ୍ରୀମକରନ୍ଦ ମୁଦୁଲି, ପୂର୍ବତନ ସାଂସଦ ଶ୍ରୀଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଲାଲ ବିହାରୀ ହିମିରିକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ମାଝୀ, ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ, ବିଜୁ ମହିଳା ଜନତା ଦଳର କୋରାପୁଟ ଜୋନ ର ସଭାନେତ୍ରୀ ଶ୍ରୀମତୀ ଲତା ରାୟ, ଜିଲ୍ଲାର ବ୍ଲକ ଚେୟାରମ୍ୟାନ ଗଣ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ରାୟଗଡ଼ା ମ୍ୟୁନିସିପାଲିଟି ଏବଂ ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଚେୟାରମ୍ୟାନ, ସରପଞ୍ଚ ଗଣ, ସମିତି ସଭ୍ୟ/ସଭ୍ୟା ଗଣ, ଜିଲ୍ଲା ଯୁବ ସଭାପତି ଶ୍ରୀଦେବାଶିଷ ଖାଡ଼ଙ୍ଗା, ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ଶ୍ରୀବିଷ୍ଣୁ ପଣ୍ଡା ଙ୍କ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ, ଯୁବ-ଛାତ୍ର-ମହିଳା ନେତୃବୃନ୍ଦ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ ।