ଜମି କିଣା ଆଳରେ ମହିଳା ଙ୍କୁ ଠକେଇ

0
157
ଜମି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, ତା (୧୭/୧୦) : ବଲାଙ୍ଗୀର ସହର ବେହେରାପାଲି ଅଞ୍ଚଳରେ ଥିବା ୨ ହଜାର ବର୍ଗଫୁଟ ର ଏକ ଜମିକୁ କିଣିବା ପାଇଁ ବର୍ଷେ ପୂର୍ବରୁ ଗ୍ରାହକ ଓ ଜମି ମାଲିକଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଜମି କିଣା ବାବଦକୁ ଗ୍ରାହକ ଜଣକ ଅଗ୍ରୀମ ୧ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।

ହେଲେ ଦୀର୍ଘ ୧ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ମହିଳାଙ୍କୁ ନା ମିଳିଥିଲା ଟଙ୍କା ନା ମିଳିଥିଲା ଜମି । ଜମି କିଣା ବାବଦକୁ ଜମି ମାଲିକଙ୍କୁ ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହି କହି ନିରାଶ ହେବା ପରେ ଶେଷରେ ନ୍ୟାୟ ପାଇଁ ଟାଉନ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଜଣକ । ଏପରି କିଛି ଘଟଣା ଘଟିଛି ବଲାଙ୍ଗୀର ସହର ବେହେରାପାଲି ଅଞ୍ଚଳରେ । ବଲାଙ୍ଗୀର ସଦର ବ୍ଲକ ସିକାବେହେଙ୍ଗା ର ରୁବି କୁମାରୀ ସୁନା ନାମ୍ନୀ ମହିଳା ଜଣକ ବେହେରାପାଲି ଅଞ୍ଚଳରେ ଥିବା ୨ ହଜାର ବର୍ଗଫୁଟ୍ ର ଏକ ଜମି କିଣିବା ପାଇଁ ଜମି ମାଲିକ ରଞ୍ଜନ କୁମ୍ଭାରଙ୍କୁ ଅଗ୍ରୀମ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ରୁବି କୁମାରୀ ଗୋଟିଏ ବର୍ଷ ପୂର୍ବରୁ ରଞ୍ଜନ ଙ୍କୁ ୫ଠ ହଜାର ଟଙ୍କା କ୍ୟାସ୍ ଓ ୫ଠ ହଜାର ଟଙ୍କା ଗୁଗୁଲ ପେ ମାଧ୍ୟମରେ ପ୍ରଦାନ କରିଥିଲେ । ଜମି ରେଜିଷ୍ଟ୍ରି ସମୟରେ ଆଉ ୩ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଜମି କିଣିବା ପାଇଁ ଅଗ୍ରୀମ ୧ ଲକ୍ଷ ଦେଇଥିବା ଏହି ମହିଳାଙ୍କୁ ଜମି ମାଲିକ ରଞ୍ଜନ କୁମ୍ଭାର ଜମି ରେଜିଷ୍ଟ୍ରି କରିବା ବାହନାରେ ଦିନ ଗଡାଇ ଚାଲୁଥିଲେ । ତେବେ ରଞ୍ଜନ ଜମି ରେଜିଷ୍ଟ୍ରି କରୁନଥିଲେ କି ରୁବି କୁମାରୀଙ୍କ ଟଙ୍କା ମଧ୍ୟ ଫେରାଉ ନଥିଲେ । ଟଙ୍କା ଠକାମୀ ର ଶିକାର ହୋଇଥିବା ଜଣିବା ପରେ ଶେଷରେ ମୁଦି କୁମାରୀ ଟାଉନ ଥାନାରେ ରଞ୍ଜନ କୁମ୍ଭାରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ମୋତେ ମୋ ଟଙ୍କା ତୁରନ୍ତ ଫେରସ୍ତ କରାଯାଉ ବୋଲି ପୋଲିସ ନିକଟରେ ରୁବି କୁମାରୀ ଗୁହାରୀ କରିଛନ୍ତି ।