ମହେଶ୍ୱର ପାଣିଗ୍ରାହୀ ଙ୍କ ଦ୍ୱାରା ବିଭାଗୀୟ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

0
177
ମହେଶ୍ୱର ପାଣିଗ୍ରାହୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୧୦) : ସୁବର୍ଣ୍ଣପୁର ଜିଲ୍ଲାରେ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପ ଗୁଡିକର ସମୀକ୍ଷା ତଥା କ୍ଷେତ୍ର ପରିଦର୍ଶନ କରିଛନ୍ତି ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମହେଶ୍ୱର ପାଣିଗ୍ରାହୀ ।WhatsApp Image 2022 10 21 at 9.46.17 AM ମହେଶ୍ୱର ପାଣିଗ୍ରାହୀ ଙ୍କ ଦ୍ୱାରା ବିଭାଗୀୟ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ଶ୍ରୀ ମହେଶ୍ୱର ପାଣିଗ୍ରାହୀ ଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ର ୬ଟି ବ୍ଲକରେ ପି ଆର ଡି ଡବ୍ଲୁ ବିଭାଗ ର ବିଭିନ୍ନ ଯୋଜନା ର ସମୀକ୍ଷା କରିଥିଲେ । ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡ଼ିଶା ଜୀବନ ଜୀବିକା ମିଶନ, ଓରମାସ, ସ୍ୱଚ୍ଛ ଭାରତ ମିଶନ, ନିର୍ମାଣଧୀନ ମିନି ଷ୍ଟାଡିୟମ ର କାର୍ଯ୍ୟକାରିତା ସମୀକ୍ଷା କରିବା ସହିତ ଜିଲ୍ଲାରେ ୪ର୍ଥ ଓ ୫ମ ରାଜ୍ୟ ଅର୍ଥ ଆୟୋଗ ଓ ଚତୁର୍ଦ୍ଦଶ ଓ ପଞ୍ଚଦଶ କେନ୍ଦ୍ର ଅର୍ଥ ଆୟୋଗ ଦ୍ୱାରା ଆବଣ୍ଟିତ ଅର୍ଥ ର ସୁବିନିଯୋଗ ତଥା କାର୍ଯ୍ୟ ପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଛନ୍ତି ।

କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନା ର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥି ପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ଜୀବିକା ମିଶନ ଜରିଆରେ ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀ ସାମିଲ କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବନ ଯାପନ ଶୈଳୀରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି ସଚିବ ଶ୍ରୀ ପାଣିଗ୍ରାହୀ ।

ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟ କୁ ସମୟ ଅବଧି ମଧ୍ୟରେ ପୂରଣ କରିବା ସହ ଅଧିକ ରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା, ସରକାରଙ୍କ ଗ୍ରାମୀଣ ଆବାସ ଯୋଜନା ର ଧାର୍ଯ୍ୟ ଲକ୍ଷ୍ୟ କୁ ସ୍ୱଚ୍ଛତା ର ସହିତ ଶତ ପ୍ରତିଶତ ପୂରଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ୱତନ୍ତ୍ର ସଚିବ । ବ୍ଲକ ଦ୍ୱାରା କାର୍ଯ୍ୟକାରି ସମସ୍ତ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ଅବଧି ମଧ୍ୟରେ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ର କୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ।

ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ଜୀବନ ଜୀବିକା ମିଶନ ର କାର୍ଯ୍ୟ ପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟନ୍ୱୟନ ର ସଫଳତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କ୍ଷେତ୍ର ପରିଦର୍ଶନ ପରିପ୍ରେକ୍ଷୀରେ ୧୮୫ ଗୃହକୁ ଜଳ ଯୋଗାଣ କରୁଥିବା ହିକୁଡି ଗ୍ରାମରେ PWSS ଓ ୧୫୫ ଗୃହକୁ କୁ ଜଳ ଯୋଗାଉଥିବା ବାଗଲପୁର PWSS ପରିଦର୍ଶନ କରିଥିଲେ ।WhatsApp Image 2022 10 21 at 9.46.14 AM ମହେଶ୍ୱର ପାଣିଗ୍ରାହୀ ଙ୍କ ଦ୍ୱାରା ବିଭାଗୀୟ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ପରେ ପରେ ହିକୁଡି ଓ ବାଘଳପୁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପୁଷ୍ଟିକର, ଶିକ୍ଷାଦାନ ଏବଂ ଶିକ୍ଷଣ ଦିଗ ବିଷୟରେ ପଚାରି ବୁଝିଥିଲେ । ତତ୍ପରେ ସଚିବ, ଏମଜିଏନଆର ଇଜିଏ, ସି ଏଫ ସି , ଏସ ଏଫ ସି ପାଣ୍ଠି ରୁ ଆବଣ୍ଟିତ ମେଟାକାନି ପାର୍କ, ମେଟାକାନି ଟ୍ୟାଙ୍କ ଓ ଚଡେଇପଙ୍କ ଜିପି ର ଏସ ଏଫ ସି ଅର୍ଥ ରୁ ମେଟାକାନିରେ ନିର୍ମିତକଲ୍ୟାଣ ମଣ୍ଡପର ପରିଦର୍ଶନ କରିଥିଲେ । ଚଡେଇପଙ୍କ ଜିପି ର ସରପଞ୍ଚ ଓ ପିଇଓ ସହିତ ଆଲୋଚନା କରିବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ର ବିଦ୍ୟୁତ୍ ଦେୟ, ଏସ ଏଫ ସି ଓ ସିଏଫସି ପାଣ୍ଠି ବିନିଯୋଗର ସମୀକ୍ଷା କରିଥିଲେ ।

ଉଲୁଣ୍ଡା ଠାରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ୨୦ ଲକ୍ଷ ଟଙ୍କା, ଜିମ୍ ଯନ୍ତ୍ରପାତି ପାଇଁ ୧୫ ଲକ୍ଷ ଓ ଏମପି ଲାଡ ରୁ ୯ ଲକ୍ଷ ବ୍ୟୟରେ ନିର୍ମିତ ମିନି ଷ୍ଟାଡିୟମ ର ପରିଦର୍ଶନ କରିଥିବା ବେଳେ ଉଲୁଣ୍ଡା ଜି.ପି. ର ସରପଞ୍ଚ ସହିତ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ପୁନଶ୍ଚ ସଚିବ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ । ସେ ଉଲ୍ଲୁଣ୍ଡା ବ୍ଲକର ଅଫିସ୍ ରେକର୍ଡ ବିଭିନ୍ନ ରେଜିଷ୍ଟର ଇତ୍ୟାଦି ଯାଞ୍ଚ କରିବା ସହ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହ ପାରସ୍ପରିକ ଆଲୋଚନା କରିଥିଲେ ।

ସଚିବଙ୍କ ଜିଲ୍ଲା ଗସ୍ତ ଅବସରରେ ଅନୁଷ୍ଠିତ ସମୀକ୍ଷା ବୈଠକ ତଥା କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର ସମସ୍ତ ବିଡିଓ, ଏବିଡ଼ିଓ, ବୈଷୟିକ ଅଧିକାରୀ ତଥା ସମ୍ପୃକ୍ତ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗୀୟ ବରିଷ୍ଠ କର୍ମଚାରୀ, ଜିପିଈଓ, ଏନଆର ଇ ଜି ଏ କର୍ମଚାରୀ, ହିସାବ ରକ୍ଷକ ଅଧିକାରୀଙ୍କ ସହ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।