ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ସୋନପୁର ଠାରେ ହସ୍ତ ତନ୍ତ ମଲ ର ଭିତ୍ତିପ୍ରସ୍ତର ସ୍ଥାପନ

0
231
ମାନ୍ୟବର ମୁଖ୍ୟମନ୍ତ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୧୦) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କରକମଳରେ ଆଭାସୀ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଠାରେ ହସ୍ତ ତନ୍ତ ମଲ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।WhatsApp Image 2022 10 22 at 9.22.53 AM ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ସୋନପୁର ଠାରେ ହସ୍ତ ତନ୍ତ ମଲ ର ଭିତ୍ତିପ୍ରସ୍ତର ସ୍ଥାପନ

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ସୋନପୁର ଠାରେ ହସ୍ତ ତନ୍ତ ମଲ ର ଭିତ୍ତିପ୍ରସ୍ତର ସ୍ଥାପନ । ଏହି ପରିପ୍ରେକ୍ଷୀରେ ଜିଲ୍ଳା ଓସ୍ୱାନ କେନ୍ଦ୍ରଠାରେ ମାନ୍ୟବର ବିଧାୟକ ବୀରମହାରାଜପୁର ପଦ୍ମନାଭ ବେହେରା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ WODC ହସ୍ତ ତନ୍ତ ମଲ ର ଭିତ୍ତିପ୍ରସ୍ତର ସ୍ଥାପନ ଫଳକ ର ଶୁଭ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ନିଶି ପୁନମ ମିଞ୍ଜ, ସି ଡି ଓ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ଅଧ୍ୟକ୍ଷା ପୌରପରିଷଦ ସୋନପୁର ତାମସୀ ତାମସ୍ମିତା ନାଏକ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ କୋଠା ବାଡ଼ି ଦାମୋଦର କୈବର୍ତ୍ତ, ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ WODC, ଚତୁର୍ଭୁଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ପରେ ପରେ ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ କାର୍ଯ୍ୟକ୍ରମ ର ବିସ୍ତୃତ ରୂପ ରେଖ ଉପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଆମ ଜିଲ୍ଲା ହସ୍ତତନ୍ତ ଓ ହସ୍ତ ଶିଳ୍ପ କାରୁକାର୍ଯ୍ୟ ପାଇଁ ଦେଶ ବିଦେଶରେ ପ୍ରସିଦ୍ଧିଲାଭ କରିଛି । ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ ତନ୍ତ ବସ୍ତ୍ରର ବହୁଳ ବିକ୍ରୟ ତଥା ସେମାନଙ୍କ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟ ରେ ପରିଷଦ ୬ କୋଟି ୪୫ ଲକ୍ଷ ବ୍ୟୟରେ WODC ହସ୍ତ ତନ୍ତ ମଲ ନିର୍ମାଣ ପାଇଁ ପଦକ୍ଷେପ ସ୍ୱରୂପ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପରିଷଦ ତରଫରୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିବା ସହିତ ଏହି ଜିଲ୍ଲାର ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ପରିଷଦ ତରଫରୁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ପୁନଶ୍ଚ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ପରିଚାଳିତ କଫେଟେରିଆର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଛି । ସେହିପରି ଡୁଙ୍ଗୁରିପାଲି ବ୍ଲକର ରାମପୁର ଠାରେ ବିଜୁ ଗ୍ରାମୀଣ ବଜାର ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।