କାର୍‌ଗିଲରେ ମୋଦି : ଯବାନଙ୍କ ସହ ପାଳିବେ ଦୀପାବଳି

0
250
କାର୍‌ଗିଲରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଶ୍ରୀନଗର, (୨୪/୧୦) : କାର୍‌ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଆଜି କାର୍‌ଗିଲ୍‌ରେ ପହଞ୍ଚିଛନ୍ତି ।

ଚଳିତ ବର୍ଷ ମଧ୍ୟ ମୋଦି ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିବେ । ଲଗାତର ୯ ବର୍ଷ ଧରି ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି । ସୂଚନା ମୁତାବକ, ଆଜି କାର୍‌ଗିଲରେ ମୋଦି ଯବାନଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହ ମିଶି ଚା’ ପିଇବେ ଓ ଦୀପାବଳି ପାଳନ କରିବେ । ଏହାପୂର୍ବରୁ ମଧ୍ୟ ମୋଦି ଦୀପାବଳି ଅବସରରେ ସୀମା ର ଭିନ୍ନ ଭିନ୍ନ ପୋଷ୍ଟରେ ସେନା ସହ ଦୀପାବଳି ପାଳନ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦି ସେନା ସହ ଲଗାତର ଦୀପାବଳି ପାଳନ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ସିଆଚିନରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ସେହିପରି ଗତବର୍ଷ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ସେନା ସହ ଦୀପୋତ୍ସବ ପାଳନ କରିଥିଲେ ।

୨୦୧୫ ରେ ମୋଦି ପଞ୍ଜାବରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ୨୦୧୬ ରେ ହିମାଚଳର କିନୌରରେ, ୨୦୧୭ ଜମ୍ମୁ କଶ୍ମୀର ର ଗୁରେଜ ପହଞ୍ଚିଥିଲେ । ସେହିପରି ୨୦୧୮ରେ ତିବ୍ଦତ ସୀମାରେ ପୁଲିସକର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିଥିଲେ । ୨୦୧୯ ରେ ଏଲ୍‌ଓସି ଓ ୨୦୨୦ ରେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟରେ ସେନା ଯବାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ ।