ମାଁ ଶ୍ୟାମାକାଳୀ ପୂଜା ଅବସରରେ ବଡ଼ଖମାରର ତ୍ରୀପୁରାସୁର ଦରବାର ଚତୁର୍ଥ ସନ୍ଧ୍ୟା

0
121
ମାଁ ଶ୍ୟାମାକାଳୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୦) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ୧୦ମ ମାଁ ଶ୍ୟାମାକାଳୀ ପୂଜା ଅବସରରେ ଚାଲିଥିବା ତ୍ରିପୁରାସୁର ଦରବାରର ଗତକାଲି ଥିଲା ଚତୁର୍ଥ ସନ୍ଧ୍ୟା।WhatsApp Image 2022 10 28 at 9.01.27 PM ମାଁ ଶ୍ୟାମାକାଳୀ ପୂଜା ଅବସରରେ ବଡ଼ଖମାରର ତ୍ରୀପୁରାସୁର ଦରବାର ଚତୁର୍ଥ ସନ୍ଧ୍ୟା

ମାଁ ଶ୍ୟାମାକାଳୀ ପୂଜା ଅବସରରେ ମୁକ୍ତକାଶ ରଙ୍ଗମଞ୍ଚ ରେ ଲୋକ ନାଟକ ମଞ୍ଚସ୍ଥ ଅବସରରେ ମହାରାଜା ତ୍ରୀପୁରାସୁରଙ୍କର ବିଷ୍ଣୁଲୋକ ଆକ୍ରମଣ, ଦେବତା ମଣ୍ଡଳୀରେ ଛନକା ନାଟକ ମଞ୍ଚସ୍ଥ ହେଉଥିଲା ।‌ ମହାରାଜା ତ୍ରୀପୁରାସୁରଙ୍କ ରଙ୍ଗ ସଭାକୁ ରାଜକୀୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ବୀରମହାରାଜପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ମୋ ପରିବାର ସଂଯୋଜକ ରଞ୍ଜିତ କୁମାର ରଥ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମହାରାଜା ଙ୍କ ପ୍ରଶ୍ନ ଉତ୍ତର ପ୍ରକାଶ କରିଥିଲେ ।

ଅନୁଷ୍ଠିତ ନାଟକରେ ତ୍ରୀପୁରାସୁର ଭୂମିକାରେ ମନୋରଞ୍ଜନ ଚିରଗୁନ, ମହାମନ୍ତ୍ରୀ ପ୍ରଶନ୍ନ ନାଥ, ସେନାପତି ସାଗର ସାହୁ, ଇନ୍ଦ୍ର ବିଜୟ ଷାଣ୍ଢ, ଚନ୍ଦ୍ର ଦଶରଥ ପ୍ରଧାନ, ବରୁଣ ନାରାୟଣ ମାଝି, ମଲ୍ଲ କୃଷ୍ଣ ଚନ୍ଦ୍ର ବାରିକ ଓ ଗୋପବନ୍ଧୁ ଚିରଗୁନ, ରାଜ ପ୍ରହରୀ ମୁନୁ ପଧାନ ଓ ମି ମାଝି ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ରଙ୍ଗସଭାରେ କମିଟିର ସଭାପତି ଗୈାରୀଶଙ୍କର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।

ଏହି ଅବସରରେ ରାଜ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।‌ ବହୁ ସଂଖ୍ୟକ ଦର୍ଶକ ବିଳମ୍ବିତ ରାତ୍ରରେ ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ । କମିଟିର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ବିନୋଭାନନ୍ଦ ପଧାନ, ଗକୁଲାନନ୍ଦ ସାହୁ, ରହିମ ପଧାନ, କ୍ଷେତ୍ରପାଳ ପଧାନ, ସହଦେବ ମହାକୁର, ଆଲୋକ ପଣ୍ଡା, ଆଶିଷ କୁମାର ସାହୁ, କୁନୁ ଛନ୍ଦ,ମୁନା କର୍ମୀ, ଶ୍ରବଣ ସାହୁ,ମନୋଜ କର୍ମୀ, ସଞ୍ଜିବ ସାହୁ , କୁଶ ମହାକୁର, ସୁଧିର ପାଣିଗ୍ରାହୀ, ଗଦାଧର ବାଦୀ ସହ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।