ଡ୍ରଗ୍ସ ମାମଲା : ଭାରତୀ ଓ ହର୍ଷ ବିରୋଧରେ NCB ର ଚାର୍ଜସିଟ୍ ଦାଖଲ

0
111
ଡ୍ରଗ୍ସ ମାମଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୯/୧୦) : କମେଡି କୁଇନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପୁଣି ବଢ଼ିପାରେ ଅଡୁଆ । ଡ୍ରଗ୍ସ ମାମଲା ରେ ଭାରତୀ ଓ ହର୍ଷଙ୍କ ଉପରେ ପୁଣିଥରେ ଏନ୍‌ସିବି ଆକ୍ସନ ନେଇପାରେ । ଆଜି ଦମ୍ପତିଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏନ୍‌ସିବି

ସୂଚନା ମୁତାବକ, ଡ୍ରଗ୍ସ ମାମଲା ରେ ଦମ୍ପତିିଙ୍କ ବିରୋଧରେ ମୁମ୍ବାଇ ଏନ୍‌ସିବି ୨୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡିଛି । ୨୦୨୦ ରେ ଡ୍ରଗ୍ସ ମାମଲାରେ ଏହି ଷ୍ଟାର୍ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଦୁହେଁ ଜାମିନରେ ଅଛନ୍ତି । କିନ୍ତୁ ଏବେ ପୁଣି ଥରେ ଭାରତୀ ଓ ହର୍ଷଙ୍କ ଅଡୁଆ ବଢ଼ିବାରେ ବୋଲି ଆକଳନ କରାଯାଉଛି । ୨୦୨୦ ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ହେଉଥିବା ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଏନ୍‌ସିବି ତଦନ୍ତ ଆରମ୍ଭ କରିଥିଲା । ଏନ୍‌ସିବି ରାଡାର୍‌ରେ ଅନେକ ବଡ ବଡ ସେଲେବ୍ରିଟି ଆସିଥିଲେ । ସେଥିମଧ୍ୟରୁ ଜଣେ ଥିଲେ କମେଡି କୁଇନ୍ ଭାରତୀ ସିଂହ ।

ଭାରତୀ ଓ ହର୍ଷଙ୍କ ଘରେ ଏନ୍‌ସିବି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କ ଘରୁ ୮୬.୫୦ ଗ୍ରାମର ଗଞ୍ଜେଇ ଜବତ ହୋଇଥିଲା । ପଚରାଉଚରା ବେଳେ ଭରତୀ ଓ ହର୍ଷ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଥିଲେ । ଏହାପରେ ଉଭୟଙ୍କୁ ଏନ୍‌ଡିପିସି ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଥିଲା ।