ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା

0
222
ବ୍ଲକ ସ୍ତରୀୟ ମିଶନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୦/୧୦) : ବୌଦ୍ଧ ବ୍ଲକ ରେ ଆଜି ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା ର ଆୟୋଜନ କରାଯାଇଛି । ମିଶନ ଶକ୍ତି ଜରିଆ ରେ ଏସ.ଏଚ.ଜି. ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟ ରେ ଏହି ଲୋନ ମେଳା ର ଆୟୋଜନ କରା ଯାଇଛି ।

ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରତ୍ୟୁଷ କୁମାର ରଥ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ମେଳା ରେ ୩୦୩ ଏସ.ଏଚ.ଜି. ଙ୍କୁ ୭ କୋଟି ୭୯ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି । ବିଡିଓ ବୌଦ୍ଧ ଶ୍ରୀ ଅବିନାଶ ପାଣ୍ଡିଆ ଏଲଡିଏମ ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଓ ଡିପିସି ଶ୍ରୀ ଦେବଦତ୍ତ ମିଶ୍ର, ସିଡିପିଓ ଶ୍ରୀମତୀ ମିନତୀ ଦେଓ ମଞ୍ଚ ରେ ଉପସ୍ଥିତ ଥିଲେ । ଏହି ମେଳା ରେ ୧୦୦ ଏସ.ଏଚ.ଜି. ମହିଳା ତଥା ମିଶନଶକ୍ତି ର ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘାର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳା ର ଆୟୋଜନରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।