ବୌଦ୍ଧ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଉଦଯାପିତ

0
206
ବୌଦ୍ଧ ରେ ଜିଲ୍ଲା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୨/୧୦) : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ, ଜିଲ୍ଲା କ୍ରୀଡ଼ା ଓ ସଂସ୍କୃତି ବିଭାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ସହଭାଗିତାରେ ସ୍ଥାନୀୟ ଟାଉନ ହଲରେ ଜିଲ୍ଲା ର ବିଭିନ୍ନ କୋଣ ଅନୁକୋଣରେ ଥିବା ଯୁବ ପ୍ରତିଭାମାନଙ୍କୁ ନେଇ ବୌଦ୍ଧ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଉଦଯାପିତ ହୋଇଯାଇଛି ।

ବୌଦ୍ଧ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଉଦଯାପିତ ହେବାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବରେ ଏଡିଏମ ବବିତା ରାଣୀ ଦଳବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସାଂସଦ ନୋମିନି ତଥା ଓଲିଉଡ ତାରକା ଜଳନ୍ଧର ବେହେରା, ଜାତୀୟ ସେବା ଯୋଜନା ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ମନୋରଞ୍ଜନ ଘୋଡେ଼ଇ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ, ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ, ଉଦ୍ଦେଶ୍ୟ, ମହତ୍ତ୍ୱ ଓ ଅବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ କବିତା ଲିଖନ ପଠନ, ଆଳଙ୍କାରିକ ଭାଷଣ, ଯୁବ ସମ୍ବାଦ, ଚିତ୍ରଙ୍କଣ ଏବଂ ଫୋଟୋଗ୍ରାଫି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହିସବୁ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା ଆସମାନ ମହାକୁଡ଼ ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିବା ବେଳେ ସୁପ୍ରିୟା ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସୁଧିର ଦୀପଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ୧୨ ଗୋଟି ନୃତ୍ୟାନୁଷ୍ଠାନ ଅଂଶଗ୍ରହଣ କରିବା ସହ ସହସ୍ରାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।