ଡକ୍ଟର ସର୍ଦାର ବହ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
205
ଜନ୍ମଦିନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୦/୧୦) : ଡକ୍ଟର ସର୍ଦ୍ଦାର ବହ୍ଲଭ ଭାଇ ପଟେଲଙ୍କ ଅକ୍ଟୋବର ୩୧ ତାରିଖରେ ହେବା କୁଥିବା ଜନ୍ମଦିନ ଉପଲକ୍ଷେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଡକ୍ଟର ସର୍ଦାର ବହ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ଉପଲକ୍ଷେ ସକାଳୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ବିଭିନ୍ନତା ମଧ୍ୟରେ ଏକତା ବାର୍ତା ଦେଇ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତି ଭୋଇ, ଅକ୍ଷୟ କୁମାର ପ୍ରଧାନ, ଶିବାନନ୍ଦ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ଉପଲକ୍ଷେ ୩୧ ଅକ୍ଟୋବର ଦିନ ରାଷ୍ଟ୍ରୀୟ ଏକତା ପର୍ବ,ଏକତା ପାଇଁ ଗଣଦୌଡ ପ୍ରଭୃତି ଅନୁଷ୍ଠିତ ହେବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ ସୂଚନା ଦେଇଛନ୍ତି ।