ଏସୟୁଜେ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲା ଶାଖା ର ସାଧାରଣ ପରିଷଦ ଆଲୋଚନା ବୈଠକ

0
218
ଏସୟୁଜେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩୦/୧୦) : ରାୟଗଡ଼ା ସହର ସ୍ଥିତ ଗାୟତ୍ରୀ ନଗର ଠାରେ ଥିବା ବରିଷ୍ଠ ନାଗରିକ କଲ୍ୟାଣ ସଂଘ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଏସୟୁଜେ ରାୟଗଡ଼ା ଜିଲ୍ଲା ଶାଖା ର ଏକ ସାଧାରଣ ପରିଷଦ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ସାମ୍ବାଦିକ ୟୁନିୟନ ଏସୟୁଜେ, ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସୟୁଜେ ରାୟଗଡ଼ା ଜିଲ୍ଲା ଶାଖା ସଂଘ ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ୱରେ ଏହି ବୈଠକ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏସୟୁଜେ ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ କିର୍ତୀଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ରାଜ୍ୟ ସାମ୍ବାଦିକ ୟୁନିୟନ ଏସୟୁଜେ ଓଡ଼ିଶା ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ମୁଖ୍ୟତଃ ୬ଟି ପ୍ରମୁଖ ଦାବି ଉପସ୍ଥାପନା କରିବା ପାଇଁ ନିଷ୍ପତି ନିଆଯାଇଛି ।

ରାଜ୍ୟ ସରକାରଙ୍କ ଠାରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ସହ ନିୟମ କୋହଳ କରି ଅନ୍ୟାନ୍ୟ ଜଟିଳ ଚିକିତ୍ସା ଖର୍ଚ୍ଚକୁ ବୀମା ପରିସରଭୁକ୍ତ କରିବା, ବୀମାଭୁକ୍ତ ସମସ୍ତ ସାମ୍ବାଦିକଙ୍କୁ ସର୍ବନିମ୍ନ ମାସିକ ୫ ହଜାର ଟଙ୍କା ଭତା ପ୍ରଦାନ କରିବା, ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଜୀବନବ୍ୟାପି ପେନସନ୍ ଯୋଗାଇବା, ବୀମା ପରିସରଭୁକ୍ତ ରାଜ୍ୟ ର ସମସ୍ତ ସାମ୍ବାଦିକଙ୍କୁ ସରକାରୀ ଅଧିସ୍ୱୀକୃତି ପ୍ରଦାନ କରିବା, ରାଜଧାନୀ ଭୁବନେଶ୍ୱରକୁ ଯାଉଥିବା ରାଜ୍ୟ ର ବିିଭିନ୍ନ ଜିଲ୍ଲାର ସାମ୍ବାଦିକଙ୍କ ସ୍ୱଳ୍ପ ରହଣୀ ନିମନ୍ତେ ସାମ୍ବାଦିକ ଭବନ ନିର୍ମାଣ କରିବା ଓ ସାମ୍ବାଦିକଙ୍କୁ ଗୃହ ନିର୍ମାଣ ଓ ଗାଡି କିଣିବା ସମୟରେ ବ୍ୟାଙ୍କରୁ ଋଣ ପ୍ରଦାନ ନିମନ୍ତେ ସରକାର କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ଭଳି ୬ଟି ଦାବି କରାଯାଇଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ସ୍ଥାନୀୟ ବିଧାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରକାଶ କରିଥିଲେ ।

ରାୟଗଡ଼ା ଜିଲ୍ଲା ଶାଖା ସଂଘ ର ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ତଥା ବାର୍ଷିକ ଉତ୍ସବ ପାଳନ ବିଷୟରେ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସୟୁଜେ ରାୟଗଡ଼ା ଜିଲ୍ଲା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ କୁମାର ପଣ୍ଡା, ଜିଲ୍ଲା ଉପସଭାପତି ସହଦେବ ସାହୁ, ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ, ସନ୍ତୋଷ କୁମାର ଗୁରୁ, ଜିଲ୍ଲା ସାଂଗଠନିକ ସମ୍ପାଦକ ମୃତ୍ୟୁଂଜୟ ନନ୍ଦ, ଜିଲ୍ଲା କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ମହାରଣାଙ୍କ ସମେତ ବିଷମକଟକ, କଲ୍ୟାଣସିଂହପୁର, ରାମନାଗୁଡା, କୋଲନରା, ଗୁଣପୁର ଆଦି ବ୍ଲକ ର ସଂଯୋଜକ ଓ ରାୟଗଡ଼ା ର ସ୍ଥାନୀୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।