ଚରଦା କପିଳେଶ୍ୱର ମନ୍ଦିର ଚୋରୀ ଘଟଣାର ରହସ୍ୟ ଖୋଲିବ କେବେ ?

0
125
ଚରଦା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧/୧୧) : ଐତିହାସିକ ପୀଠ ଚରଦା ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିରରୁ ବାରମ୍ବାର ଚୋରୀ ହେଉଥିବା ରୁ ପୋଲିସ ର ତଦନ୍ତ ନେଇ ସନ୍ଦେହ ପ୍ରକାଶ lWhatsApp Image 2022 11 02 at 11.51.32 1 ଚରଦା କପିଳେଶ୍ୱର ମନ୍ଦିର ଚୋରୀ ଘଟଣାର ରହସ୍ୟ ଖୋଲିବ କେବେ ?

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା ଗ୍ରାମରେ ଐତିହାସିକ ଶ୍ରୀଶ୍ରୀ କପିଳେଶ୍ଵର ଙ୍କ ପୀଠ ଅବସ୍ଥିତ l ଏହି ମନ୍ଦିର ପୁରୀ ଗଜପତି ରାଜା ତୃତୀୟ ଅନଙ୍ଗ ଭୀମଦେବ ଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଐତିହାସିକ ମାନେ ମତ ଦିଅନ୍ତି l ଏହି କପିଳେଶ୍ଵର ମନ୍ଦିରରୁ ଦୁଇ ଥର ଚୋରୀ ହୋଇଥିଲେ ହେଁ ଅଦ୍ୟାବଧି ଚୋର ମାନେ ଧରାପଡି ନାହାଁନ୍ତି l ଏପରିକି ଚୋରୀ ସାମଗ୍ରୀ ଉଦ୍ଧାର ହୋଇପାରିନାହିଁ l ଫଳରେ ପୁଲିସ ର ତଦନ୍ତ ପ୍ରକ୍ରିୟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଐତିହାସିକ ପୀଠ ବାବା କପିଳେଶ୍ଵର ଓ ମାଁ ଚରଦେଇ ଦେବୀ ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମରେ ମନ୍ଦିର ଉତ୍ସବ ମୁଖର ହୋଇଥାଏ l

ଅଞ୍ଚଳବାସୀଙ୍କ ଭାବାବେଗ ସହ ଜଡିତ ଏହି ମନ୍ଦିର ରୁ ଗତ ଅକ୍ଟୋବର ମାସ ୨୨ ତାରିଖ ବିଳମ୍ବିତ ରାତିରେ କେତେକ ମୁଖାପିନ୍ଧା ଦୁର୍ବୁତ୍ତ ମନ୍ଦିର ଭିତରକୁ ପ୍ରବେଶ କରି ସିଂହ ଦ୍ୱାର, ବାବା କପିଳେଶ୍ୱର ଓ ମାଁ ଚରଦେଇ ଙ୍କ ମନ୍ଦିର ସମ୍ମୁଖ ରେ ଥିବା ଦାନ ବାକ୍ସ କୁ ଭାଙ୍ଗି ଭକ୍ତ ଙ୍କ ଦାନ ଟଙ୍କା ନେଇଯାଇଛନ୍ତି l ଚୋରୀ ହେବାର ଇତି ମଧ୍ୟରେ ଅନେକ ଦିନ ବିତିଯାଇଛି l ଏପରିକି ଏହି ମନ୍ଦିର ଭିତରେ ଲାଗିଥିବା ସି ସି ଟିଭି ଫୁଟେଜ ପୁଲିସ କୁ ଦିଆଯାଇଥିଲେ ମଧ୍ୟ ଚୋର ଧରିବାରେ ପୁଲିସ ବିଫଳ ହୋଇଛି l

ସେହିପରି ଗତ ୨୦୧୧ ମସିହା ଡିସେମ୍ବର ମାସରେ ଏହି ମନ୍ଦିର ରୁ ସୁନା, ରୁପା ଅଳଙ୍କାର ଓ ଦାନ ବାକ୍ସ ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରୀ ହୋଇଥିଲେ ହେଁ, ଆଜିପର୍ଯ୍ୟନ୍ତ ଚୋରୀ ସାମଗ୍ରୀ ମିଳିବା ତ ଦୂରର କଥା ଏଥିରେ ସମ୍ପୃକ୍ତ ଚୋର ମାନେ ମଧ୍ୟ ଗିରଫ ହୋଇନାହାଁନ୍ତି l ଯାହା ଫଳରେ ପୋଲିସ ର କାର୍ଯ୍ୟକଳାପ ଓ ତଦନ୍ତ ପ୍ରକ୍ରିୟା ଉପରେ ଆଞ୍ଚଳିକ ଟ୍ରଷ୍ଟ ବୋର୍ଡ କମିଟି, ମନ୍ଦିର ସେବାୟତ ଓ ଅଞ୍ଚଳବାସୀ ଙ୍କ ତରଫରୁ ସନ୍ଦେହ ପ୍ରକାଶ ପାଇବା ସହିତ ପୋଲିସ ଉପରେ ରହିଥିବା ଭରସା ଓ ବିଶ୍ୱାସ ସମ୍ପୂର୍ଣ୍ଣ ତୁଟିବାକୁ ବସିଲାଣି l ଏ ସମ୍ପର୍କରେ ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିର ମ୍ୟାନେଜିଙ୍ଗ ଟ୍ରଷ୍ଟି ର ସଭାପତି ଅଶୋକ କୁମାର ପୃଷ୍ଟି ଗତ ୩୧/୧୦/୨୨ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ପୋଲିସ ମହା ନିର୍ଦ୍ଦେଶକ ଙ୍କ ପାଖକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ସେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଉକ୍ତ ଚୋରୀ ଘଟଣା ଉପରେ ବିହିତ ପଦକ୍ଷେପ ନେବା ସହ ଚୋର ମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ଚୋରୀ ସାମଗ୍ରୀ ଉଦ୍ଧାର କରାଯାଉ l ଏହା ନ ହେଲେ ଆଗାମୀ ଦିନରେ ଅଂଚଳବାସୀ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଏହି ଦାବିପତ୍ର ରେ ଜଣାଇ ଦେଇଛନ୍ତି l