ମାଁ ଦୂର୍ଗାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା : ଅମ୍ବେ ମାଁ ଦେବୀଙ୍କ ଠାରୁ ଆଜ୍ଞାମାଳ ଆଣିଲେ ସାମ୍ବାଦିକ

0
178
ମାଁ ଦୂର୍ଗାଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧/୧୧) : ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ତରଫରୁ ଦୀର୍ଘ ୫୨ ବର୍ଷ ଧରି ଜଗତ ଜନନୀ ଦୁର୍ଗତି ନାସିନୀ ମାଁ ଦୁର୍ଗାଙ୍କ ବାର୍ଷିକ ପୂଜା ମହାଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହେଉଥିଲା ଶ୍ରଦ୍ଧାଳୁ ଭକ୍ତ ବରଷକ ଥରେ ମାଁ ଙ୍କ ଦର୍ଶନ କରି ପୂଜା କରିବାର ସୁଯୋଗ ପାଉଥିଲେ ।

ଏଣିକି ମାଁ ଦୂର୍ଗାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ, ଦୈନନ୍ଦିନ ପୂଜାବିଧି ସହ ଭକ୍ତ ଦର୍ଶନ କରିପାରିବେ । କମିଟି କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ ମାଁ ଦେବୀ ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିନିକା ସହର ସମେତ ବିଭିନ୍ନ ରାଜ୍ୟ ରେ ପୂଜା ପାଉଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଆଜ୍ଞାମାଳ ଅଣାଯାଇଛି ।

ଦୁର୍ଗାପୂଜା କମିଟି ସଭାପତି ସନ୍ତୋଷ କୁମାର ପଣ୍ଡା ଙ୍କ ଆଦେଶ କ୍ରମରେ ସାମ୍ବାଦିକ ଅଶୋକ କୁମାର ପଣ୍ଡା ସୁଦୂର ଗୁଜୁରାଟ ରାଜ୍ୟ ର ସୁରଟ ସହର ରେ ପୂଜା ପାଉଥିବା ମାଁ ଆମ୍ବେଜି ମନ୍ଦିର ଓ ଗୁଜରାଟ ବଡଦ୍ରାସହର ନିକଟସ୍ଥ ଗାୟତ୍ରୀ ଦେବୀ ମାଁ ମନ୍ଦିର ରୁ ଆଜ୍ଞାମାଳ ଓ ମାଟି ଆଣି ବିନିକା ସ୍ଥିତ ସ୍ଥାନୀୟ ମନ୍ଦିରରେ ମାଁ ଦୂର୍ଗାଙ୍କ ଠାରେ ପୂଜାର୍ଚ୍ଚନାକରି ପୂଜକ ସୁବାସ ବଡ଼ପଣ୍ଡା ଓ ମାନସ ରଞ୍ଜନ ପୂଜାରୀ ଯଥାରୀତି ପୂଜାର୍ଚ୍ଚନା ମାଁ ଦୁର୍ଗାଙ୍କ ପାଇଁ ଆଜ୍ଞାମାଳ ଓ ମାଟି ବରଣ କରିଛନ୍ତି ।