ଅଁଳା ନବମୀ ଉତ୍ସବ ପାଳିତ

0
135
ଅଁଳା ନବମୀ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୦୩/୧୧) : ଗଜପତି ଜିଲ୍ଲା ର ଉପାନ୍ତ ଅଞ୍ଚଳ ର କାଶୀନଗର ସହର ଓ ଆଖ ପାଖ ଅଞ୍ଚଳରେ କାର୍ତ୍ତିକ ମାସ ର ଅଁଳା ନବମୀ ଉତ୍ସବ ମହା ଅଧ୍ୟାତ୍ମିକ ବାତାବରଣ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି ।

ଆଜି ବୋଡି ଭୋର ରୁ କାର୍ତ୍ତିକ ବ୍ରତ କରୁଥିବା ମହିଳା ମାନେ ପବିତ୍ର ବଂଶଧରା ନଦୀରେ ସ୍ନାନ ସାରି ମଦନ ମହାନ ମନ୍ଦିର, ଜଗନାଥ ମନ୍ଦିର, ରାଧାକାନ୍ତ ମନ୍ଦିର, ରାମ ମନ୍ଦିର ରେ ଧୂପ ଆରତୀ ଦେଖିଛନ୍ତି । ପରେ ନୂତନ ବସ୍ତ୍ର ପିନ୍ଧି କାଚ, ସିନ୍ଦୁର ଧରି ବିଭିନ୍ନ ତୁଳସୀ ଚଉଁରା ମୂଳେ ରାଇ ଦାମଦୋର କଥା, ଗୀତ ଗାଁ କରି ହବିଷ ଅନ୍ନ ଗୋଟିଏ ଓଳି ସେବନ କରୁଛନ୍ତି । ଆଜି କାଶୀନଗର ସହର ର ବିଭିନ୍ନ ମନ୍ଦିର ଗୁଡିକରେ ବ୍ରତ ଧାରୀ ମାନଙ୍କ ଗହଳି ଲାଗି ରହିଛି । ବିଭିନ୍ନ ଯାଗାରେ ବ୍ରତ ଧାରୀ ମାନେ ପବିତ୍ର ଅଁଳା ନବମୀ ଉତ୍ସବ ରେ ବ୍ରାହ୍ମଣ ମାନଙ୍କୁ ଭୋଜନ, ବସ୍ତ୍ର ଇତ୍ୟାଦି ଦାନକରି ପୁଣ୍ୟ ଅର୍ଜନ କରିଛନ୍ତି ।