ଶଶୁର ଘରେ ସ୍ତ୍ରୀଙ୍କୁ ହାଣି ଆତ୍ମହତ୍ୟା କଲା ସ୍ୱାମୀ

0
127
ଶଶୁର ଘରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩/୧୧) : ସ୍ତ୍ରୀକୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ୱାମୀ । ଏଭଳି ଏକ ବିଭତ୍ସ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁ’ରେ ।

ଶଶୁର ଘରେସ୍ତ୍ରୀ ଙ୍କୁ ହାଣି ଆତ୍ମହତ୍ୟା କଲା ସ୍ୱାମୀ । ମୃତକ ଜଣକ ସମ୍ବଲପୁର ଜିଲ୍ଲା ଚିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ ହୋଇଥିବା ବେଳେ ଗୁରୁତର ଥିବା ତାଙ୍କ ପତ୍ନୀ ହେଲେ ପାଲିଗାଁର ରଂଜିତା ଗଣ୍ଡ । ଆଜି ସକାଳୁ କୌଣସି ଏକ କାରଣରୁ ପାଲିଗାଁ ସ୍ଥିତ ରଂଜିତା ଙ୍କ ବାପଘରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବନ୍ତୋଷ ରଂଜିତା କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ତାଙ୍କ ଭୁଜାଲି ଆକ୍ରମଣରେ ରଂଜିତା ଗୁରୁତର ଓ ରକ୍ତାକ୍ତ ହୋଇଥିଲା । ରଂଜିତାକୁ ଗୁରତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଞ୍ଜିତା ଙ୍କ ଅବସ୍ଥା ଏବେ ସ୍ୱାଭାବିକ ରହିଛି । ସେପଟେ ବନ୍ତୋଷ ଶଶୁର ଘରେ ଏକ କଠୋରୀରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଛି । ବୀରମହାରାଜପୁର ପୁଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି ।