ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା ଶୋଭାଯାତ୍ରା

0
325
ଜିଲ୍ଲାସ୍ତରୀୟ ଦୁର୍ନୀତି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୫/୧୧) : ଅଦ୍ୟ ତା ୦୫/୧୧/୨୦୨୨ ରିଖରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ଵାରା ଏକ ଜିଲ୍ଲାସ୍ତରୀୟ ଦୁର୍ନୀତି ସଚେତନତା ଶୋଭାଯାତ୍ରାର ଆୟୋଜନ କରଯାଇଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଓ ସିଡିଓ ତଥା ଈଓ, ଜିଲ୍ଲାପରିଷଦ, ରବିନାରାୟଣ ତ୍ରିପାଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ଓ ମହାସଂଘର ମହିଳାମାନେ ଶୋଭାଯାତ୍ରା ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ଓ ଡାକବାଜି ଜନ୍ତ୍ର ଯୋଗେ ପ୍ରଚାରମଧ୍ୟ କରିଥିଲେ ।

ଏହି ଶୋଭାଯାତ୍ରା ସକାଳ ୧୨ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ମୁଖ୍ୟ ରାସ୍ତା ଦେଇ ମହାତ୍ମା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯଥା ଡ଼ିଆଇପିଆରଓ ଶ୍ରୀ ବସନ୍ତ ପ୍ରଧାନ, ପିଓ ଶ୍ରୀମତୀ କାମାକ୍ଷୀ ମଞ୍ଜରି ପାଢୀ, ଡ଼ିପିସି ମିଶନ ଶକ୍ତି ଶ୍ରୀ ନିରଞ୍ଜନ ମଲ୍ଲିକ, ଡ଼ିପିଏମ ଓଏଲଏମ ଶ୍ରୀ ହେମନ୍ତ ବାଘ, ଡେପୁଟି ସିଇଓ ଓରମାସ, ଶ୍ରୀ ମନୋଜ କୁମାର ପାତ୍ର ଏବଂ ରାୟଗଡ଼ା, କୋଲନରା ଓ କାଶୀପୁର ବ୍ଲକ ମିଶନ ଶକ୍ତି ବିଭାଗର ବିପିସି ଓ ବିପିଏମ ପ୍ରମୁଖ ଉପସ୍ଥିତ ଥିଲେ ।