ବକ୍ତୃତା ରେ ପ୍ରଥମ ସ୍ଥାନ ଅଧିକାର କରି ସୋନାଲି ଗୁପ୍ତା ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବକୁ ମନୋନୀତ

0
240
ବକ୍ତୃତା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୧୧) : ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ହରଭଙ୍ଗା ନୋଡାଲ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ର ଛାତ୍ରୀ ସୋନାଲି ଗୁପ୍ତା ବକ୍ତୃତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ କୁ ମନୋନୀତ ହୋଇଛନ୍ତି l

ବକ୍ତୃତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ କୁ ମନୋନୀତ ହୋଇଛନ୍ତି ସୋନାଲି ଗୁପ୍ତା l ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟ ନାଥ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂ, ସୋନାଲି ଙ୍କ ପିତା ସୁନିଲ ଗୁପ୍ତା ଏବଂ ଶିକ୍ଷକ ସୁରେଶ ନାୟକ ଉପସ୍ଥିତ ରହିଥିଲେ l ସୋନାଲି ର ଏହି ସଫଳତା ରେ ବିଦ୍ୟାଳୟ ର ଗର୍ବ ଓ ଗୌରବ ବୃଦ୍ଧି ଆଣିଦେଇଛି l