ବସ ଡ୍ରାଇଭର କୁ ମାଡ଼ପିଟ କରି ଟଙ୍କା ଲୁଟ : ୪ ଲୁଟେରା ଗିରଫ

0
202
ବସ ଡ୍ରାଇଭର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା – ସୋନପୁର ମୁଖ୍ୟରାସ୍ତାର ଫୁଲମୁଠୀ ଛକ ନିକଟରେ ବସ ଡ୍ରାଇଭର ଙ୍କୁ ଆକ୍ରମଣ କରି ଟଙ୍କା ଲୁଟ କରିଥିବା ଅଭିଯୋଗ ରେ ପୁଲିସ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।WhatsApp Image 2022 11 08 at 10.50.18 1 ବସ ଡ୍ରାଇଭର କୁ ମାଡ଼ପିଟ କରି ଟଙ୍କା ଲୁଟ : ୪ ଲୁଟେରା ଗିରଫ

ବସ ଡ୍ରାଇଭର କୁ ମାଡ଼ପିଟ କରି ଟଙ୍କା ଲୁଟ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଳେ ବିନିକା ସହର ର ନିକାଶ ଷାଣ୍ଢ, ଗଗନ ମଲ୍ଲିକ, ସଂଜିତ ମଲ୍ଲିକ, ରଙ୍ଗା କର । ସୂଚନା ଅନୁସାରେ ବରଗଡ଼ ରୁ କଟକ ଅଭିମୁଖେ ଯାଉଥିବା ଓଏସଆରଟିସି ବସ ବିନିକା ଦେଇ ଗତକାଲି ସନ୍ଧ୍ୟା ସମୟରେ ଯାଉଥିବା ବେଳେ ଫୁଲମୁଠୀ ଛକ ନିକଟରେ ଦୁର୍ବୁତ୍ତ ମାନେ ବସ କୁ ଅଟକାଇ ଡ୍ରାଇଭର କିଶୋର ଚନ୍ଦ୍ର ରାଉତ ଙ୍କୁ ପିଟିବା ସହିତ ୨ ହଜାର ଟଙ୍କା ଛଡାଇ ନେଇ ସେଠାରୁ ଫେରାର ହୋଇଯାଇଥିଲେ ।

ଖବର ପାଇ ବିନିକା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଆହତ ଡ୍ରାଇଭର ଙ୍କୁ ବିନିକା ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ । ପରେ ଡ୍ରାଇଭର କିଶୋର ଙ୍କ ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଜାରି ରଖିଥିଲା । ଉକ୍ତ ୪ ଅଭିଯୁକ୍ତ କୁ ଗିରଫ କରି ବିନିକା କୋର୍ଟ ରେ ହାଜର କରାଯାଇଥିଲା । ଜାମିନ ନା ମଞ୍ଜୁର ହେବାରୁ ସୋନପୁର ଜେଲକୁ ପଠାଇ ଦିଆଯାଇଛି ।