କଣ୍ଟାମାଳ ମଲ୍ଲିକକୁଦ ଗାଁ’ରେ ହାତୀ ଆତଙ୍କ

0
274
ହାତୀ ଆତଙ୍କ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୮/୧୧) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଂଜ ଅନ୍ତର୍ଗତ ମଲିକ କୁଦ ତେଲନଦୀ କୂଳରେ ଆଜି ସକାଳୁ ୧୩ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି ।WhatsApp Image 2022 11 08 at 12.59.11 2 କଣ୍ଟାମାଳ ମଲ୍ଲିକକୁଦ ଗାଁ'ରେ ହାତୀ ଆତଙ୍କ

ସେମାନଙ୍କ ମଧ୍ୟରେ ତିନିଗୋଟି ଛୁଆ ହାତୀ ଥିବା ମଧ୍ୟ ଜଣାପଡିଛି । ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ଏହି ହାତୀ ପଲ ତେଲନଦୀ ପାର ହେବାକୁ ଚେଷ୍ଟା କରିଥିଲେ ହେଲେ ଲୋକଙ୍କ ଗହଳି ଯୋଗୁଁ ହାତୀ ପଲ କୂଳରେ ଛପି ରହିଛନ୍ତି । ଏବେ ସେଠାରେ ହାତୀ ପଲ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ସେପଟେ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।