୨ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ସହ ଜଣେ ଗିରଫ

0
196
୨ ଲକ୍ଷ

ରିପୋର୍ଟ : ଶିବ ବିଶୋଇ
କୋରାପୁଟ, (୧୧/୧୧) : କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳ ରୁ ୨ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ସହ ଜଣେ ଗିରଫ । ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା ।WhatsApp Image 2022 11 11 at 09.19.36 ୨ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ସହ ଜଣେ ଗିରଫ

କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳ ରୁ ମହାରାଷ୍ଟ୍ର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କଡ୍ରି ମନ୍ଦିର ନିକଟ ରେ ମାଡିବସିଲା ପୋଲିସ । ପେଟ୍ରୋଲିଙ୍ଗ ସମୟରେ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା ପୋଲିସ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳ ଜଣକୁ କାବୁ କରିଛି ପୋଲସ ଏବଂ କାରକୁ ଯାଞ୍ଚ କରିବାରୁ ୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଟକ ଯୁବକ ଜଣକ ଜୟପୁର ବାରିଣୀପୁଟ ର ଉପେନ୍ଦ୍ର ଖରା ବୋଲି ଜଣା ପଡିଛି । ଜବତ ଗଞ୍ଜେଇ ର ମୂଲ୍ୟ ୨ ଲକ୍ଷ ରୁ ଅଧିକା ହେବ ବୋଲି ପୋଲିସ ସୂଚନା ଦେଇଛି ।