ଧୂମଧାମରେ ପାଳିତ ହେଲା ମାଣ୍ଡିଆ ଦିବସ

0
317
ଧୂମଧାମରେ ପାଳିତ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୧୧/୧୧) : ଧୂମଧାମରେ ପାଳିତ ହେଲା ମାଣ୍ଡିଆ ଦିବସ । ରାଜ୍ୟ ସରକାର ମାଣବସା ପ୍ରଥମ ଗୁରୁବାର ରେ ମାଣ୍ଡିଆ ଦିବସ ପାଳିବା ପାଇଁ ନିର୍ଦ୍ଧାରିତ କରିଥିବାରୁ ଅଞ୍ଚଳ ବାସୀ ଙ୍କ ଖୁସୁ ର ଲହରୀ ଖେଳିଯାଇଛି ।

ଧୂମଧାମରେ ପାଳିତ ହେଲା ମାଣ୍ଡିଆ ଦିବସ । କାରଣ ଓଡ଼ିଶାର ସବୁଠାରୁ ଅଧିକା ମାଣ୍ଡିଆ ଚାଷ କେବଳ କୋରାପୁଟ ରେ ହୋଇ ଥାଏ । ଜିଲ୍ଲା ର ସବୁଠାରୁ ଅଧିକା ମାଣ୍ଡିଆ ଚାଷ ହୋଇଥାଏ ଲମତାପୁଟ ବ୍ଲକ ରେ । ଆଜି ମାଣ୍ଡିଆ ଦିବସ ଘୋଷଣା ପରେ ଚାଷୀ ଏବଂ ମିସନ ଶକ୍ତି ର ମହିଳା ମାନେ ପ୍ରଦାନ ସ୍ୱେଚ୍ଛାସେବୀ ସଂସ୍ଥା ତରଫ ରୁ ସ୍ଵତନ୍ତ୍ର କାର୍ଯ୍ୟ କ୍ରମ ଅୟୋଜୋନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ମାଣ୍ଡିଆରେ ତିଆରି ହୋଇଥିବା ବିସ୍କୁଟ, ଚା, ପକୁଡି, କେକ, ପିଠା, ଉପମା ଭଳି ବିଭିନ୍ନ ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲେ ।

ପ୍ରଶାସନିକ ଅଧିକାରୀ ସ୍ଥାନୀୟ ରାଜନେତା ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ମାନେ କହିଛନ୍ତି ଲମତାପୁଟ ବ୍ଲକ ମାଣ୍ଡିଆ ର ଭୂ ସ୍ଵର୍ଗ । ବ୍ଲକ ରେ ଚଳିତ ବର୍ଷ ଏକ ହଜାର ହେକ୍ଟର ମାଣ୍ଡିଆ ଚାଷ ହୋଇଛି । ଆଗାମୀ ବର୍ଷ ରେ କିପରି ଦୁଇ ଗୁଣ ଚାଷ ହେବା ରଖାଯାଇଛି । ରକ୍ତଚାପ , କର୍କଟ ରୋଗ, ମହିଳାଙ୍କ ବିଭନ୍ନ ସମସ୍ୟା ରେ ରୋଗାକ୍ରାନ୍ତ ହେବ ଭଳି ବଢ଼ୁ ଥିବାବେଳେ କେବଳ ମାଣ୍ଡିଆ ଏପରି ଏକ ଶସ୍ୟ ଅଟେ ଏହାକୁ ଖାଇବା ଦ୍ୱାରା ବହୁ ଭିଟାମିନ ମିଳିବ ସହ ରୋଗ ପ୍ରତିରଧକ ଶକ୍ତି ବଢିଥାଏ । ତେଣୁ କୋରାପୁଟ ଜିଲ୍ଲା ରେ ବିପୁଳ ପରିମାଣରେ ମାଣ୍ଡିଆ ଚାଷ ହେଉଥିବା ହେତୁ ମିସନ ଶକ୍ତି, ନାରୀଶକ୍ତି ସ୍ୱେଚ୍ଛାସେବୀ ସଂସ୍ଥା ସହୟତା ରେ ଦେଶର କୋଣ ଅନୁକଣ କୁ ପଠାଇବାରେ ସମ୍ଭବ ହୋଇପାରିଛି । ତେଣୁ ମାଣ୍ଡିଆ ଚାଷରେ ଆଞ୍ଚଳ ବହୁ ଚାଷୀ ଲାଭବାନ ହୋଇଛନ୍ତି ।