ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ

0
148
ମୁଖ୍ୟମନ୍ତ୍ରୀ କଳାକାର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୧/୧୧) : ରାୟଗଡ଼ା ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ଗତ ତା ୧୦/୧୧/୨୨ରିଖଦିନ ଦ୍ୱିତୀୟ ପର୍ଯ୍ୟାୟ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା କାର୍ଯ୍ୟକ୍ରମକୁ ବିଚାରକ ଲକ୍ଷ୍ମୀନାରାୟଣ ବେହେରା, ତ୍ରିଲୋଚନ ସାହୁ, ପ୍ରଶାନ୍ତ ନାୟକ ପରିଚାଳନା କରିଥିଲେ । ଏହି ପରୀକ୍ଷା ରେ ୧୫୪ ଜଣ ପଞ୍ଜିକୃତ କଳାକାରଙ୍କ ମଧ୍ୟରୁ ୯୭ ଜଣ କଳାକାର ଉପସ୍ଥିତ ରହି ନିଜର କଳା ଚତୁର୍ଯ୍ୟ ପରିବେଷଣ କରିଥିଲେ । କଳାକାର ମାନେ ସେମାନଙ୍କ କଳା ପରିବେଷଣ କରିବେ ପରେ ସେମାନଙ୍କ ନାମ ଜିଲ୍ଲା ସ୍ତରରୁ ରାଜ୍ୟକୁ ପଠାଯାଇ କଳାକାର ଭତ୍ତା ନିମନ୍ତେ ସୁପାରିଶ କରାଯିବାକୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l