ଘୋରେଇ ବସ କୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

0
567
ଘୋରେଇ ବସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଦେଉଳବାଡି ଗାଁ’ରେ ଠିଆ ହୋଇଥିବା ଘୋରାଇ ବସ କୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର ହୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ।WhatsApp Image 2022 11 11 at 19.49.48 ଘୋରେଇ ବସ କୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

ଆଜି ସୁନାଖଣ୍ଡି ଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଘୋରେଇ ବସ ଟି ଦେଉଳବାଡି ଗାଁ’ରେ ଯାତ୍ରୀ ଙ୍କୁ ହୋଲ୍ଲାଇବା ପାଇଁ ଠିଆ ହୋଇ ଥିବାବେଳେ ଏକ ବାଇକରେ ସୁଶାନ୍ତ ପ୍ରାସ୍କା ଆସି ଘୋରେଇ ବସ କୁ ଧକ୍କା ଦେଇଥିଲା । ଯାହା ଫଳରେ ସୁଶାନ୍ତ ଗୁରୁତର ଅବସ୍ଥାରେ ପଡ଼ିଥିବାରୁ କିଛି ଲୋକ ରୋଗୀବୁହା ଗାଡିକୁ ଯୋଗାଯୋଗ କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ସମୟ ରଞ୍ଜନ ଜେନା ଦେଖି ପ୍ରାଥମିକ ଚିକିତ୍ସା କରି ଗୁରୁତର ରହିଥିବାରୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଛନ୍ତି । ଉକ୍ତ ଯୁବକର ଘର ବୁଡ଼ାଗୁଡା ଗାଁ’ର ବୋଲି ଜଣାପଡ଼ିଛି ।