ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ୪ର୍ଥ ଜାତୀୟ ଲୋକ ଅଦାଲତ

0
147
ଜିଲ୍ଲା ଦୌରାଜଜ୍

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୩/୧୧) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ୪ର୍ଥ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ଼ା ପରିବାର ଅଦାଲତ ତରଫରୁ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ସମୁଦାୟ ୮ ଗୋଟି ପାରିବାରିକ ମାମଲା ସମାଧାନ ହୋଇପାରିଛି, ତନ୍ମଧ୍ୟରୁ ୬ ଟି ଭରଣ ପୋଷଣ ମକଦ୍ଦମା ହୋଇଥିବା ବେଳେ ଅନ୍ୟ ୨ଟି ଦେୱାନି ମକଦ୍ଦମା ।

ଉଲ୍ଲେଖନିୟ ଯେ ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ୪ର୍ଥ ଜାତୀୟ ଲୋକ ଅଦାଲତ ରେ, ପରିବାର ଅଦାଲତ ବିଚାରପତି ଏବଂ କାଉନସିଲର ଙ୍କ ଉଦ୍ୟମ ଯୋଗୁଁ ବହୁ ଦିନରୁ ପାରିବାରିକ ସମସ୍ୟା ପାଇଁ ଅଲଗା ହୋଇ ରହୁଥିବା ଦୁଇଟି ଦମ୍ପତିଙ୍କର ମିଳାମିଶା ହୋଇପାରିଛି । ପ୍ରକାଶ ଥାଉକି ଉକ୍ତ ଲୋକ ଅଦାଲତରେ ବକେୟା ଭରଣ ପୋଷଣ ବାବଦକୁ ସମୁଦାୟ ୬,୦୧,୦୦୦/- ଛଅ ଲକ୍ଷ ଏକ ହଜାର ଟଙ୍କା ବିଭିନ୍ନ ଆବେଦନକାରୀ ଅପର ପକ୍ଷ ଠାରୁ ପାଇଥିଲେ ।