ଦେଶୀ ବନ୍ଧୁକ ଜବଦ ସହିତ ଶିକାରୀ ଗିରଫ

0
91
ଦେଶୀ ବନ୍ଧୁକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୧) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମୁଣ୍ଡେଶ୍ୱର୍ ସଂରକ୍ଷିତ ଜଙ୍ଗଲ ରୁ ଜଣେ ଶିକାରୀ ଗିରଫ । ଗୋଟିଏ ଦେଶୀ ବନ୍ଧୁକ ଜବତ । ଗିରଫ ଅଭିଯୁକ୍ତ ହେଲେ ଖରଭୂଇଁ ଗ୍ରାମର ବିରଞ୍ଚି ପ୍ରଧାନ ।WhatsApp Image 2022 11 15 at 17.16.56 1 ଦେଶୀ ବନ୍ଧୁକ ଜବଦ ସହିତ ଶିକାରୀ ଗିରଫ

ବିରଞ୍ଚି ଜଙ୍ଗଲ ରେ ଶିକାର କରୁଥିବା ବେଳେ ଧରିଲା ପୁରୁଣାକଟକ ବନ ବିଭାଗ । ସୂଚନା ଅନୁଯାୟୀ ପୁରୁଣାକଟକ ବନବିଭାଗ ପକ୍ଷରୁ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ବନ୍ଧୁକ ଗୁଳି ର ଶବ୍ଦ ଶୁଣି ଅନୁସନ୍ଧାନ କରିଥିଲେ ଓ ଜଣେ ଶିକାରୀ ଶିକାର କରୁଥିବା ଦେଖିବାକୁ ପାଇଥିଲେ । ଶିକାରୀ ଜଣକୁ ସେଠାରେ ଗିରଫ କରିବା ସହିତ ଶିକାର କରିବାରେ ବ୍ୟବହୃତ ହୋଇଥିବା ଏକ ଦେଶୀ ବନ୍ଧୁକ କୁ ମଧ୍ୟ ଜବତ କରିଛି ବନ ବିଭାଗ ।

ତେବେ ପୂର୍ବରୁ ଏହି ଜଙ୍ଗଲ ନିକଟରେ ଦୁଇ ଦୁଇଟି ହାତୀ କୁ ଶିକାରୀ ମାନେ ଶିକାର କରି ତାର ଦାନ୍ତ ନେଇଯାଇଥିବା ବେଳେ ବର୍ତ୍ତମାନ ବିରଞ୍ଚି ବନ୍ଧୁକ କେଉଁଠାରୁ ଆଣିଲେ ଏବଂ କେଉଁ ଜନ୍ତୁ ଶିକାର କରୁଥିଲେ ସେ ନେଇ ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ ହିଁ ଏହାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।