ସାମ୍ବାଦିକ ଙ୍କ ବିଶାଳ ଶୋଭାଯାତ୍ରା

0
150
ସାମ୍ବାଦିକ

ରିପୋର୍ଟ : ସୁବାଶିଷ ନାୟକ
ଭୁବନେଶ୍ୱର, (୧୬ /୧୧) : ଆଜି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଓଡ଼ିଶା ସାମ୍ବାଦିକ ସଂଘ ତରଫରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ପି .ଏମ୍ .ଜି ଛକ ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କର ବିଭିନ୍ନ ଅଧିକାର ଦାବି ନେଇ ଏକ ସାମ୍ବାଦିକଙ୍କ ବିଶାଳ ଶୋଭାଯାତ୍ରା ବାହାରି ଥିଲା ।WhatsApp Image 2022 11 16 at 13.03.00 ସାମ୍ବାଦିକ ଙ୍କ ବିଶାଳ ଶୋଭାଯାତ୍ରା

ରାଜ୍ୟ ସଭାପତି ଶ୍ରୀ ଶସିଭୁଷଣ ପ୍ରହରାଜଙ୍କ ନ୍ଵତୃତ୍ୱରେ ଓଡ଼ିଶା ର ବିଭିନ୍ନ ଜିଲ୍ଲାର ଶତାଧିକ ସାମ୍ବାଦିକଏକତ୍ରିତ ହୋଇ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ସାମ୍ବାଦିକ ମାନଙ୍କ ଅବସର କାଳୀନ ଭତ୍ତା ପ୍ରଦାନ, ସାମ୍ବାଦିକଙ୍କ ବୃତ୍ତିଗତ, ସାମାଜିକ, ଅର୍ଥନୀତିକ, ପାରିବାରିକ, ଗୋଷ୍ଠୀଗତ, ଆନୁଷ୍ଠାନିକ, ସୁରକ୍ଷା ଦାବୀ ଦିଗରେ ବୈଚାରିକ ସମନ୍ୱୟ ରକ୍ଷା ନିମନ୍ତେ ରାଜ୍ୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇ ସେହି କମିଟି ମାନଙ୍କରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକସଂଘ ର ମୂଖ୍ୟ ବା ପ୍ରତିନିଧି ମାନଙ୍କୁ ସ୍ଥାନ ଦିଆଯାଉ ।

ଏହି ବିକ୍ଷୋଭ ଶୋଭାଯାତ୍ରାରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ଶସିଭୁଷଣ ପ୍ରହରାଜ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କେ.ଶ୍ରୀ୍ନିବାସ ରାଓ, କୋଷାଧ୍ୟକ୍ଷ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଶତାଧିକ ସାମ୍ବାଦିକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।WhatsApp Image 2022 11 16 at 13.03.00 1 ସାମ୍ବାଦିକ ଙ୍କ ବିଶାଳ ଶୋଭାଯାତ୍ରା

କୋରାପୁଟ ଜିଲ୍ଲାରୁ ଜିଲ୍ଲା ସଭାପତି ଜୟସିଂ ପୋଡାସେଠୀ, ସମ୍ପାଦକ ହରିଶ କୁମାର ପଟ୍ଟନାୟକ, ଉପ ସଭାପତି ରବିଶଙ୍କର ମହାପାତ୍ର, ରୁପକ ଖରା, କୋଟପାଡ ବ୍ଲକ ମିଡିଆ ଆସୋସିଏସନ, ବୋରିଗୁମ୍ମା ଭୈରବ ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଏସ ସୁନ୍ଦରମ, ଉପ ସଭାପତି ସୁଦର୍ଶନ ପ୍ରଧାନ, କାଳୀ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦାନ କରିଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ଉପ ସଭାପତି ରବିଶଙ୍କର ମହାପାତ୍ର ସରକାରଙ୍କ ବିଜ୍ଞାପନ ନୀତିର ସମାଲୋଚନା କରିଥିବା ବେଳେ ଅନ୍ୟ ଜିଲ୍ଲାରୁ ଆସିଥିବା ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଉପରେ ସମାଲୋଚନା କରିଥିଲେ ।