ଜେଲ୍ ଭିତରେ ବଡି ମସାଜର ମଜା ନେଉଛନ୍ତି ଆପ୍ ମନ୍ତ୍ରୀ, ଭିଡିଓ ଭାଇରାଲ

0
110
ଜେଲ୍ ଭିତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୯/୧୧) : ଜେଲ୍ ଭିତରେ ମନ୍ତ୍ରୀଙ୍କୁ ଭିଆଇପି ସୁବିଧା । ବିଳାସପୂର୍ଣ୍ଣ ଖଟରେ ଶୋଇ ବଡି ମସାଜ କରାଉଛନ୍ତି ଆପ୍ ମନ୍ତ୍ରୀ । ଫୁଟ୍ ମସାଜର ମଜା ନେଉଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍ । ତିହାର ଜେଲ୍ ଭିତରୁ ସାମ୍ନାକୁ ଆସିଛି ଏଭଳି କିଛି ଭିଡିଓ, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ଖଟ ଉପରେ ଶୋଇଥିବା ନଜର ଆସିଛନ୍ତି । ଏଥିସହ ହାତରେ କିଛି ଦସ୍ତାବିଜ ଧରିଛନ୍ତିି । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଗୋଡ ମସାଜ କରିଦେଉଛନ୍ତି । ସତ୍ୟେନ୍ଦ୍ର ଜୈନ୍ ଉକ୍ତ ବ୍ୟକ୍ତିଙ୍କ ଉପରେ ଗୋଡ ରଖି ମସାଜର ମଜା ନେଉଛନ୍ତି । ଏହି ଭିଡିଓକୁ ନେଇ ଏବେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ଏହି ଭିଡିଓକୁ ନେଇ ବିଜେପି ଆମ୍ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛି । ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଆପ୍ ସରକାର ଜେଲ୍ ନିୟମ ର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ ଆଣିଛନ୍ତି । ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍‌କୁ ପୂରା ଭିଆଇପି ସୁବିଧା ଦିଆଯାଉଥିବା ସେ କହିଛନ୍ତି ।

ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନ୍‌ଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ନିଜ ଅଭିଯୋଗ ଦାଖଲ କରିଥିଲା । ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ୍‌ରେ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦିଆଯାଉଥିବା ଇଡି ନିଜ ଅଭିଯୋଗରେ କହିଥିଲା । ସତ୍ୟେନ୍ଦ୍ର ଜୈନଙ୍କ ସହ ସମ୍ବନ୍ଧିତ ସମସ୍ତ ଡାଟା ଗୃହମନ୍ତ୍ରାଳୟକୁ ମଧ୍ୟ ପଠାଇଥିଲା ଇଡି । ଏହାପରେ ଗୃହ ମନ୍ତ୍ରାଳୟ ଦିଲ୍ଲୀ ସରକାରଙ୍କ ଚିଫ୍ ସେକ୍ରେଟାରୀଙ୍କୁ ଏହି ମାମଲାରେ ରିପୋର୍ଟ ମାଗିଥିଲେ । ରିପୋର୍ଟ ମିଳିବା ପରେ ତିହାର ଜେଲ୍‌ର ନମ୍ବର-୭ ସୁପରିଟେଣ୍ଡେଣ୍ଟ ଅଜିତ କୁମାରଙ୍କୁ ନିଲମ୍ବିତ କରାଯାଇଥିଲା ।