ଶ୍ରୀ କପିଳେଶ୍ଵର ମନ୍ଦିର ଚରଦା ରୁ ଦାନବାକ୍ସ ଚୋରୀ ଘଟଣା : ୩ ଗିରଫ

0
148
ଶ୍ରୀ କପିଳେଶ୍ଵର ମନ୍ଦିର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୧୧) : ଗତ ଅକ୍ଟୋବର ୨୨ ତାରିଖ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶ୍ରୀ କପିଳେଶ୍ଵର ମନ୍ଦିର ଚରଦା ରୁ ଦାନବାକ୍ସ ଚୋରୀ ଘଟଣା ରେ ପୁଲିସ ୩ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।WhatsApp Image 2022 11 22 at 09.24.01 ଶ୍ରୀ କପିଳେଶ୍ଵର ମନ୍ଦିର ଚରଦା ରୁ ଦାନବାକ୍ସ ଚୋରୀ ଘଟଣା : ୩ ଗିରଫ

ଶ୍ରୀ କପିଳେଶ୍ଵର ମନ୍ଦିର ଚରଦା ରୁ ଦାନବାକ୍ସ ଚୋରୀ ଘଟଣା ର ଗିରଫ ଅଭିଯୁକ୍ତ ମାନେ ହେଲେ ଚରଦା ଗ୍ରାମର ରାଜିବ ଥନାପତି, ଶଙ୍କରା ଗ୍ରାମର ରାଜିବ ପାଣ୍ଡେ ଏବଂ ଶାଶ୍ୱତ ଥାଟି । ପୁଲିସ ସୂଚନା ଅନୁସାରେ ବିଳମ୍ବିତ ରାତିରେ ସେମାନେ ଚୋରୀ କରିଥିବା ସୂଚନା ମିଳିଛି । ପ୍ରାୟ ଚୋରୀ କୁ ଏକ ମାସ ପରେ ପୁଲିସ କୁ ସଫଳ ମିଳିଛି । ପ୍ରକାଶଥାଉକି ଦାନବାକ୍ସ ଚୋରୀ ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟବୋର୍ଡ କମିଟି ପକ୍ଷରୁ ବିନିକା ଥାନାରେ ଅଭିଯୋଗ କରାଯାଇଥିଲା ।

ପୁଲିସ ମାମଲା ରୁଜ୍ଜୁକରି ଘଟଣା ର ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତକୁ ଧରିବାରେ ଦୀର୍ଘଦିନ ବିତିଯାଇଥିବାରୁ ପୁଲିସର ତଦନ୍ତକୁ ସନ୍ଦେହ କରି ଟ୍ରଷ୍ଟବୋର୍ଡ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଚୋରୀ ବିଷୟରେ ଜିଲ୍ଲପାଳ ଙ୍କ ଜରିଆରେ ଭୁବନେଶ୍ୱର ପୁଲିସ ମହାନିର୍ଦ୍ଦେଶକ ଙ୍କୁ ପଠାଇଯାଇଥିଲା । ତଥାପି ମଧ୍ୟ ପୁଲିସ ଚୋର ମାନଙ୍କୁ ଧରି ପାରିନଥିଲା ପରେ ବାଧ୍ୟ ହୋଇ ଗତ ୧୦ ତାରିଖ ଗୁରୁବାର ଦିନ ସକାଳୁ ସୋନପୁର – ବିନିକା ରାସ୍ତା ଉଲ୍ଲେ ଚୌକିଜୋର ଛକ ଠାରେ ରାସ୍ତାରୋକ କରାଯାଇଥିଲା ।WhatsApp Image 2022 11 22 at 09.24.02 ଶ୍ରୀ କପିଳେଶ୍ଵର ମନ୍ଦିର ଚରଦା ରୁ ଦାନବାକ୍ସ ଚୋରୀ ଘଟଣା : ୩ ଗିରଫ

ରାସ୍ତାରୋକ ସ୍ଥାନକୁ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଆଇଆଇସି ପବିତ୍ର ସାହୁ ପହଞ୍ଚି ୨୫ ଦିନ ମଧ୍ୟରେ ଚୋର ମାନଙ୍କୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପୁଲିସ ଦେଇଥିବା ପ୍ରତିଶୃତି ଆଜି ପାଳନ କରିଛି । ସୂଚନା ଅନୁସାରେ ଶଙ୍କରା ଗ୍ରାମର ଅଭିଯୁକ୍ତ ଶାଶ୍ୱତ ଥାଟି ଚଳିତ ମାସ ୧ ତାରିଖ ରାତିରେ ଶଙ୍କରା ନାରାୟଣୀ ମନ୍ଦିର ରୁ ରୂପା ଛତର ଚୋରୀ ଘଟଣା ରେ ପୂର୍ବରୁ ଜେଲ ରେ ଥିଲା ।

ତାକୁ ରିମାଣ୍ଡ ରେ ଅଣାଯାଇ ପଚରା ଉଚୁରା କରିବା ପରେ ଉକ୍ତ ୩ ଜଣ ମନ୍ଦିରରୁ ଚୋରୀ କରୁଥିବା ସେମାନେ ସ୍ୱୀକାର କରିଥିଲେ । ଆଜି ଅଭିଯୁକ୍ତ ମାନଙ୍କୁ ଏସ ରାମପୁର କୋର୍ଟରେ ହାଜର କରିବା ପରେ ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସୋନପୁର ଜେଲକୁ ପଠାଯାଇଛି ।