ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦାଶରଥି ହେମ୍ବ୍ରମଙ୍କ ପରଲୋକ

0
147
ଅଧିକାରୀ

0ba0a4d9 be4b 4cdd 837e 7580129dbb16 ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦାଶରଥି ହେମ୍ବ୍ରମଙ୍କ ପରଲୋକରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୨୯/୧୧) : ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ଅଧିନସ୍ଥ ଚନ୍ଦ୍ରପୁର ବ୍ଲକରେ କର୍ମରତ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦାଶରଥି ହେମ୍ବ୍ରମଙ୍କ ଗତ ୨୮.୧୧.୨୦୨୨ ରିଖ ମଧ୍ୟାହ୍ନ ରେ ଅକାଳ ବିୟୋଗ ଘଟିଛି ।

ସେ ଜଣେ ସହୃଦୟ, ସରଳ ଓ ମେଳାପି ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡ଼ରେ ଆଜି ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି ଏବଂ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି । ତାଙ୍କ ବିୟୋଗରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡାର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବାଇନ ତଥା ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସବ୍ୟସାଚି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।