ସମିତି ସଭ୍ୟା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
119
ସମିତି ସଭ୍ୟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୩/୧୨) : ପାରିବାରିକ କଳହରୁ ଆତ୍ମହତ୍ୟା କଲେ ସମିତି ସଭ୍ୟା । ନିଜ ଘର ଫ୍ୟାନରୁ ମିଳିଲା ଝୁଲନ୍ତା ମୃତଦେହ । ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତରେ ଘଟିଥିବା ବେଳେ ମୃତା ସମିତି ସଭ୍ୟା ଜଣକ ହେଉଛନ୍ତି ଗୀତା ପ୍ରଧାନ ।

ସମିତି ସଭ୍ୟା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗତକାଲି ରାତିରେ ସ୍ୱାମୀ ଓ ୫ ବର୍ଷର ଝିଅ ସହ ନିଜ ରୁମ୍‌ରେ ଶୋଇଥିଲେ ଗୀତା । ଆଜି ସକାଳେ ଉଭୟ ବାପଝିଅ ଉଠି ଯାଇଥିବା ବେଳେ ଗୀତା କବାଟ ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା ସେମାନେ କବାଟ ବାଡ଼େଇବା ସତ୍ତ୍ୱେ କୌଣସି ଉତ୍ତର ମିଳି ନ ଥିଲା । ଫଳରେ ସେମାନେ କବାଟ ଭାଙ୍ଗି ଗୀତାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଲେ ।

ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କଲେ । ଖବରପାଇ ମାର୍ଶାଘାଇ ପୁଲିସ ଗୀତାଙ୍କ ଘରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ଗୀତାଙ୍କ ଘରେ ସବୁବେଳେ ପାରିବାରିକ କଳହ ଲାଗି ରହୁଥିବା ବେଳେ ଗତକାଲି ରାତିରେ ବି କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା ।

ଏଥିଯୋଗୁଁ ଗୀତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ତାଙ୍କ ସ୍ୱାମୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ସୂଚନାଯୋଗ୍ୟ, ଗୀତାଙ୍କ ଘର ଅଙ୍ଗୁଳାଇ ପଞ୍ଚାୟତର ମାଟିଆ ସାହିରେ ହୋଇଥିବା ବେଳେ ସେ ଦୁମୁକା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।