“ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ” ର ଗୁରୁତ୍ୱପୂର୍ଣ୍ଣ ବୈଠକ

0
110
ମିଳିତ ପ୍ରାଥମିକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩/୧୨) : ଶନିବାର ଅପରାହ୍ନ ୨ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ।

ବ୍ଲକ ସଂଘର ସାଧାରଣ ସମ୍ପାଦକ ବାମଦେବ ଦାଶଙ୍କ ସଂଯୋଜନାରେ ବ୍ଲକସଂଘ ସଭାପତି ଶ୍ରୀ ରଜତ କୁମାର ନାୟକଙ୍କ ସଭାପତିତ୍ବରେ ଜିଲ୍ଲାସଂଘ ସମ୍ପାଦକ ଶ୍ରୀ ମହେଶ ସେଠୀଙ୍କ ଉପସ୍ଥିତିରେ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବୈଠକ ରେ ନିକଟରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର NPS, ତରଫରୁ ଦିଆଯାଇ ଥିବା ଆନ୍ଦୋଳନ ଓ ଧାରଣା କୁ ଆଗାମୀ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ଥିବାରୁ ସମସ୍ତେ ସକାରାତ୍ମକ ମନୋଭାବ ନେଇ ମହାସଂଘ ନିଷ୍ପତ୍ତି କୁ ସ୍ବାଗତ କରିବା ସହ ଆଗାମୀ ଦିନରେ ସମସ୍ତ ସାହାଯ୍ୟ ଓ ସହଯୋଗ କରିବାକୁ ନିଷ୍ପତ୍ତି କରାଯାଇ ଥିଲା ।

ବ୍ଲକ ସଂଘର ଆୟ ବ୍ୟୟ ତଥ୍ୟ ଉପସ୍ଥାପନ କରିଥିବା ବେଳେଆଗାମୀ ଦିନରେ ବ୍ଲକ ସଂଘର ବୈଠକ କ୍ରମାନ୍ୱୟରେ ଭ୍ରାମ୍ୟମାଣ ଭାବେ କରିବାକୁ ସ୍ଥିର କରାଯାଇଥିଲା । ଆସନ୍ତା ୨୦ ତାରିଖ ପୂର୍ବରୁ ଜିଲା ସଂଘ ପୁନର୍ଗଠନ ପାଇଁ ବ୍ଲକ ସଂଘ ତରଫରୁ ଆହ୍ୱାନ ଦିଆଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ଶ୍ରୀ ପ୍ରସନ୍ନ ଭୋକ୍ତା ଧନ୍ୟବାଦ ଦେଇଥିଲେ ।

ବୈଠକରେ ଶିକ୍ଷକ ବିଭୀଷଣ ସାମଲ, ଅଶେଷ ପ୍ରଧାନ, ବିଜନ ମହାନ୍ତି, ଶୁଭଶ୍ରୀ ବରାଳ, ଶକୁନ୍ତଳା ବେହେରା, କୈଳାଶ ବେହେରା, ସତ୍ୟନାରାୟଣ ନାୟକ, ସରୋଜ ସାହୁ, ରାଜକିଶୋର ମେହେର, ଦୋଳଗୋବିନ୍ଦ ବେହେରା, ମନମୋହନ ସାହୁ, ଦିଲ୍ଲିପ ମହାନ୍ତି, ଅନିଲ କର୍ମୀ, ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ ବୈଠକରେ ଯୋଗଦାନ କରିଥିଲେ ।