ମାଓବାଦୀ ବାଘୁନା ଡିଭିଜନ, କମିଟିର ନିୟମଗିରି ଡଙ୍ଗାମାଟି ରେ ପୋଷ୍ଟର

0
107
ମାଓବାଦୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩/୧୨) : ବଂଶଧାରା ଘୁମୁସର ନାଗବଳୀ ଡିଭିଜନାଲ କମିଟି ସିପିଆଇ (ମାଓବାଦୀ) ପକ୍ଷରୁ ଏକ ପ୍ରେସ ବିବୃତି ବିଭିନ୍ନ ଗଣ ମାଧ୍ୟମକୁ ଡାକ ଯୋଗେ ମିଳିଥିବା ଜଣାପଡିଛି ।WhatsApp Image 2022 12 03 at 19.47.29 ମାଓବାଦୀ ବାଘୁନା ଡିଭିଜନ, କମିଟିର ନିୟମଗିରି ଡଙ୍ଗାମାଟି ରେ ପୋଷ୍ଟର

ମାଓବାଦୀ ବାଘୁନା ଡିଭିଜନ, କମିଟିର ନିୟମଗିରି ଡଙ୍ଗାମାଟି ରେ ପୋଷ୍ଟର । ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି ଯେ ଜନମୁକ୍ତି ଗରିଲା ସେନା ୨ହଜାର ମସିହା ଡିସେମ୍ବର ୨ ରେ ପ୍ରତିଷ୍ଠା ହୋଇଥିଲା । ପିଏଲଜିଏ ହେଉଛି ଗରିବ ଶୋଷିତ ଲୋକଙ୍କ ସେନା । ପିଏଲଜିଏ ରେ ଯୋଗ ଦିଅନ୍ତୁ । ସାମ୍ରାଜ୍ୟବ, ସାମନ୍ତ ବାଦ ଓ ଦଲାଲ ଅମଲାତନ୍ତ୍ରୀକ ପୁଞ୍ଜିପତି ଶୋଷଣ ସାସକକୁ ଧ୍ୱଂସକରି ନୂଆ ଗଣତାନ୍ତ୍ରିକ ବିପ୍ଳବକୁସଫଳତା କରିବା ପାଇଁ ଦେଶରୁ ଗରିବ ବେରୋଜଗାରୀ ଧନୀ ଦରିଦ୍ର ଅସମାନତା ଶେଷ କରି ପିଏଲଜିଏରେ ଯୋଗ ଦିଅନ୍ତୁ । ବ୍ରାହ୍ମଣୟ ହିନ୍ଦୁ ଫସିବାଦ ବିରୁଦ୍ଧରେ ଲଢେଇ ଜୋରଦାର କରନ୍ତୁ ।

କୃଷକ ହାତରେ ଜମି ଆଦିବାସୀଙ୍କୁ ଜଳ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦନ କରନ୍ତୁ । ମହିଳା ସୁରକ୍ଷା ଅସମ୍ମାନରୁ ମୁକ୍ତି ପାଇଁ ଯୁବତୀ ମନେ ପିଏଲଜିଏରେ ଯୋଗ ଦିଅନ୍ତୁ । କମ୍ପାନୀ ଶୋଷଣ ଲୁଣ୍ଠନ ଓ ବିସ୍ଥାପିନ ବିରୁଦ୍ଧରେ କରିବା ପାଇଁ ଏବଂ ପରିବେଶ ସୁରକ୍ଷା ପାଇଁ ପିଏଲଜିଏ ରେ ଯୋଗ ଦିଅନ୍ତୁ ।ଦରଦାମ ବୃଦ୍ଧି ରୋକିବା ପାଇଁ ଜନ ଯୁଦ୍ଧ ଓ ଗରିଲା ଯୁଦ୍ଧରେ ସାମିଲ ହୁଅନ୍ତୁ । ବିପ୍ଳବ ବିନା ମୁକ୍ତି ନାହିଁ, କମ୍ପାନୀ ଦଲାଲ ମୋଦି ଓ ନବୀନ ସରକାରଙ୍କୁ ବିରୋଧ କରନ୍ତୁ ।

ବନବାସି ଓ ଆଦିବାସୀ ବିରୋଧୀ ଫରେଷ୍ଟର କନଜର୍ସନ ଆଇନ ୨୦୨୨କୁ ବନ୍ଦ, ପେସ ଜଙ୍ଗଲ ଅଧିକାର ଅନୁସାରେ ଗ୍ରାମସଭା କୁ ଅଧିକାର, ଉଭୟ ସରକାର ୨୧୮ ଲକ୍ଷ ଟଙ୍କା ଦେଶରୁ ଲିଟିଥିବା ଉଲ୍ଲେଖ ରହିଛି । ନବୀନ ସରକାର କାଳିଆ ବଳିଆ ମମତା ଭତ୍ତା ଟଙ୍କା କିଆ ଚାଉଳ ରାସ୍ତା ଘାଟ ଓ ଅନ୍ୟାନ ଯୋଜନା ରୁ ୫୦ ହଜାର ଲକ୍ଷ ଟଙ୍କା ହୋଇଥିବା ବେଳେ ଲୋକଙ୍କ ପାଖରେ ପହଁଚୁନାହିଁ । ତେଣୁ ଦଳିତ ଆଦିବାସୀ ଚାଷୀଙ୍କୁ ଜଙ୍ଗଲ ଜମି ପଟାପ୍ରଦାନ ଓ ମଦ ବନ୍ଦ କରାଯାଉ । ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯାଉ ।