ବ୍ୟାଙ୍କ ଅଧିକାରୀ ଙ୍କ ଅତ୍ମହତ୍ୟା ଘଟଣା : ନ୍ୟୁଡ କଲ ହେଲା କାଳ

0
134
ବ୍ୟାଙ୍କ ଅଧିକାରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୫/୧୨) : ପଞ୍ଜାବ ନ୍ୟାସନାଲ (PNB) ବ୍ୟାଙ୍କ ଅଧିକାରୀ ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ଘଟଣାର ରହସ୍ୟ ଖୋଲିଛି । ମୃତ୍ୟୁର କାରଣ ଥିଲା ନ୍ୟୂଡ କଲ ।

ବ୍ୟାଙ୍କ ଅଧିକାରୀ ଙ୍କ ଅତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ପୁଲିସ ହାତରେ ଗିରଫ ହେବାପରେ ଘଟଣା ଉପରୁ ପର୍ଦ୍ଦା ହଟିଛି । ବରପାଲି ପଞ୍ଜାବ ନେସେନାଲ ବ୍ୟାଙ୍କର (କୃଷି ସମ୍ପ୍ରସାରଣ) ଅଫିସର ଦିବ୍ୟ ରଞ୍ଜନ ମିଶ୍ର ଗତ ଅଗଷ୍ଟ ମାସ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଘଟଣାପରେ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା ।

ଏ ନେଇ ଡୁଙ୍ଗୁରିପାଲି ଥାନା ରେ କେ୍ସ ନମ୍ବର 191/ 13/09/22 U / S 306 /420/468/120 B/66/66( D)66( F)IT. ACT ଅନୁସାରେ ମାମଲା ରୁଜ୍ଜୁ ହୋଇଥିଲା । ବିଭିନ୍ନ ସମୟରେ ସେ ବିଭିନ୍ନ ଆକାଉଣ୍ଟ କୁ ଲକ୍ଷାଧିକ ଟଙ୍କା ପଠାଇଥିବା କଥା ମଧ୍ୟ ପରିବାର ଲୋକ କହିଥିଲେ । ଏଣୁ ଏହାକୁ ଆଧାର କରି ସୁବର୍ଣ୍ଣପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତବେଳେ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ କଲ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା ।

ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟ ରଞ୍ଜନ ଙ୍କୁ ନ୍ୟୁଡ କଲ କରି ବ୍ଲାକମେଲ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟ ରଞ୍ଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁ’ର ଆଦିଲ ନାମକ ଦୁଇ ଯୁବକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏକ ସ୍ୱିପଟ କାର ଓ ଗୋଟିଏ ରିଲମୀ ମୋବାଇଲ ଫୋନ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶିଘ୍ର ଗିରଫ କରାଯିବବୋଲି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀ ରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।