ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

0
144
ଓଡ଼ିଶା ସ୍ୱାସ୍ଥ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୧୧) : ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ସଦର ମେଡିକାଲ ଠାରୁ ବିଭିନ୍ନ ଦାବୀ ନେଇ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । WhatsApp Image 2022 11 12 at 10.18.32 ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ସ୍ଥାୟୀ ନିଯୁକ୍ତି ଦାବୀ ନେଇ ପ୍ରଥମେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସ କୁ ପହଞ୍ଚିଥିଲା । ପରେ ସଂଘ ପକ୍ଷରୁ ଜିଲ୍ଲାପାଳ ଅଫିସ ଆଗରେ ଏକ ଧାରଣା ଓ ସ୍ଥାୟୀ ନିଯୁକ୍ତି ନେଇ ବିଭିନ୍ନ ସ୍ଲୋଗାନ ଦିଆଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସଂଘ ସଭାପତି ସୁଜିତ କୁମାର ସାହୁ, ଉପ ସଭାପତି ଡ଼. ସରୋଜ ପଟେଲ, ସମ୍ପାଦକ ବିଶି କେଶନ ରଥ ଓ କନଭେନର ନାରାୟଣ ରଥ ଙ୍କ ତତ୍ୱାବଧାନ ଓ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟ ଙ୍କ ଯୋଗଦାନ ଓ ସହାଭାଗିତା ରହିଥିଲା ।