ସୁବର୍ଣ୍ଣପୁର ପଡ଼ିଆ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

0
300

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୧୬/୮) : ସୁବର୍ଣ୍ଣପୁର ପଡ଼ିଆ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ପଡ଼ିଆ ଠାରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଦେଶ ଓ ରାଜ୍ୟ ସହିତ ସୁବର୍ଣ୍ଣପୁର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ । ‘ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଜି ବିକାଶର ଏକ ନୂଆ ଉଚ୍ଚତାରେ ପହଞ୍ଚି ପାରିଛି । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ଶାସନ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିପାରିଛି । କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସଫଳ ମୁକାବିଲା କରି ଓଡ଼ିଶା ଆଜି ଦେଶ ଏବଂ ଦେଶ ବାହାରେ ପ୍ରଶଂସିତ ହୋଇପାରିଛି ’’, କହିଥିଲେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ।386b1e9d cf50 40dd 9879 ade13993a867 ସୁବର୍ଣ୍ଣପୁର ପଡ଼ିଆ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ମାନ୍ୟବର ମନ୍ତ୍ରୀ ନାୟକ ତାଙ୍କ ଅଭିଭାଷଣରେ ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଓ ପରଂପରା କଥା ଉଲ୍ଲେଖ କରି ଏଠାକାର ବୟନକଳା କୁ ପ୍ରଶଂସା କରିବା ସହ ସନ୍ଥକବି ଭୀମଭୋଇଙ୍କ ସାଧନା ଓ ସମାଧିପୀଠ ଯୋଗୁଁ ଏଇ ଜିଲ୍ଲାର ବିଶେଷ ପ୍ରସିଦ୍ଧି ରହିଥିବା ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ୍ ପରିବେଷଣ କରାଯାଇଥିଲା ତଥା ପ୍ରଶାସନ ପକ୍ଷରୁ ସହରରେ ଅବସ୍ଥିତ ଥିବା ବିଭିନ୍ନ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । କୋଭିଡ଼ କଟକଣା ଯୋଗୁଁ କେବଳ ଜିଲ୍ଲା ଆରକ୍ଷୀ ବାହିନୀ ମାନଙ୍କୁ ନେଇ ପେରେଡ଼ ଅନୁଷ୍ଠିତ ହୋଇଥିଲା l

ଏହି ଅବସରରେ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଏବଂ ଵିଶିମୁଣ୍ଡା ପଞ୍ଚାୟତର ମୋ ସ୍କୁଲ ଅଭିଯାନ ସଂଗଠନ ଅନ୍ତର୍ଗତ ଡୁଙ୍ଗୁରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟଅତିଥି ତଥା ଜିଲ୍ଲାର ବରିଷ୍ଠ ଅଧିକାରୀ ବୃକ୍ଷ ରୋପଣ କରିଥିଲେ l ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାଆରକ୍ଷୀ ଅଧିକାରୀ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ପ୍ରକଳ୍ପ ନିର୍ଦେଶକ ଡ଼ିଆରଡ଼ିଏ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଅଶ୍ବିନୀ କୁମାର ଭୋଇ ସମେତ ନିମନ୍ତ୍ରିତ କୋଭିଡ ଯୋଦ୍ଧା, ବିଭିନ୍ନ ବିଭାଗୀୟ ପଦାଧିକାରୀ ପ୍ରମୁଖ ଙ୍କ ସହ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l