ନାଗାବଳୀ ଲାଏନ୍ସ କ୍ଳବ ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ : ଅଭାବିଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

0
326

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,ତା.(୧୬/୦୮) : ରାୟଗଡା ନାଗାବଳୀ ଲାଏନ୍ସ କ୍ଳବ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ଭିନ୍ନଏକ ଢଙ୍ଗରେ ପାଳନ କରିଛନ୍ତି ଏହି କ୍ଳବର ସଦସ୍ୟ ମାନେ l

ନାଗାବଳୀ ଲାଏନ୍ସ କ୍ଳବ

ସ୍ୱାଧୀନତା ଦିବସ ପାଳନ ଅବସରରେ ନାଗାବଳୀ ଲାଏନ୍ସ କ୍ଳବ ପକ୍ଷରୁ ରାୟଗଡା ସହର ନିକଟସ୍ଥ ହାଲୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଡାପଡି ଗ୍ରାମର ଅଭାବି ବୃଦ୍ଧାଓ ଛୋଟଛୁଆଙ୍କୁ ଶୁଖିଲା ଖାଦ୍ୟ ଯଥା ବିସ୍କୁଟ, ଫଳ, ପାଉଁରୁଟି, ଚକଲେଟ ଇତ୍ୟାଦି ବଣ୍ଟନ କରିଥିଲେ l ଏହିଭଳି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ବହୁତ ଖୁସି ଅନୁଭବ କରିବା ସହ କ୍ଳବର ସମସ୍ତ ସଦସ୍ୟଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ l

ସ୍ୱାଧୀନତା ଦିବସର ଏହି କାର୍ଯ୍ୟକ୍ରମ ରେ ଲାଏନ୍ସ କ୍ଳବର ସଭାପତି ଡାକ୍ତର ପ୍ରସନ୍ନ କୁମାର ଗନ୍ତାୟତ, ସେକ୍ରେଟାରୀ ରବିନାରାୟଣ ଶତପଥି, ସହାୟତା ସଂସ୍ଥାନର ମୁଖ୍ୟ ଡକ୍ଟର- ଦୁଷ୍ମନ୍ତ କୁମାର ମହାନ୍ତି, ଶ୍ରୀମତୀ ରୁବିରାଣୀ କୁଣ୍ଡୁ, ଅଧ୍ୟାପିକା ସୁଶ୍ରୀ ଅର୍ଚ୍ଚନା ପଟ୍ଟନାୟକ, ରିତାରାଣୀ ମିଶ୍ର, ଡକ୍ଟର ସରିତା ମିଶ୍ର, ଆଇନଜୀବୀ ଶୁଭ୍ର ପଣ୍ଡା, ଦ୍ଵିତୀୟା ପଣ୍ଡା, ହରା ହେପ୍ରକା, ସୁଦର୍ଶନ ପାଢ଼ୀ, ଅଜିତ ପାଣିଗ୍ରାହୀ, ଅରୁଣା ରାଜେଶ ପାଢ଼ୀ ପ୍ରମୁଖ ମାନ୍ୟଗଣ୍ୟ ସଦସ୍ୟ ହୃଦୟର ସହିତ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଲାୟନ୍ସ କ୍ଳବର ସଭାପତି ଆଗକୁ ଏହିପରି ସେବା ସମସ୍ତ ଗ୍ରାମରେ ଜାରି ରହିବ ବୋଲି କହିଛନ୍ତି।