ଦିବ୍ୟାଙ୍ଗ ମହିଳା ଙ୍କୁ ମିଳିଲା ପେନଶନ

0
138
ଦିବ୍ୟାଙ୍ଗ ମହିଳା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୧୨) : ଦିବ୍ୟାଙ୍ଗ ମହିଳା ଙ୍କୁ ମିଳିଲା ପେନଶନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର ଯୋଗୀବେରେଣୀ ଗ୍ରାମର ଉଦ୍ୟାନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଳାମ୍ବର ପାଣିଗ୍ରାହୀ ଏବଂ ତାଙ୍କର ପତ୍ନୀ ଚନ୍ଦ୍ରାବତୀ ଦିବ୍ୟାଙ୍କ ମୃତ୍ୟୁ ପରେ ତାଙ୍କ ଅବିବାହିତ ଦିବ୍ୟାଙ୍ଗ ଝିଅ ସୁମତି ପାଣିଗ୍ରାହୀ (୬୨) ପରିବାର ପେନଶନ ପାଇ ଆସୁଥିଲେ ।

କିନ୍ତୁ ସ୍ୱର୍ଗତ ନିଳାମ୍ବରଙ୍କ ପରିବାରର ଅନ୍ୟ ଜଣେ ସଂପର୍କିୟ ସେହି ପେନଶନରେ ନିଜର ଭାଗିଦାରୀ ଦାବି କରିବା ପରେ ଇଣ୍ଡିଆନ ବ୍ୟାଙ୍କ କର୍ତ୍ତୃପକ୍ଷ ଦିବ୍ୟାଙ୍ଗ ମହିଳା ସୁମତିଙ୍କ ପେନଶନ ବନ୍ଦ କରିଦେଇଥିଲେ । ଫଳରେ ନିରାଶ ହୋଇ ସୁମତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସୁମତିଙ୍କ ଅଭିଯୋଗ ଶୁଣିବାପରେ ମାମଲାରେ ହସ୍ତକ୍ଷେପ କରି ଇଣ୍ଡିଆନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଦିବ୍ୟାଙ୍ଗ ସୁମତିଙ୍କୁ ତାଙ୍କ ପରିବାର ପେନଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ସୁମତି ପୁଣିଥରେ ନିଜର ପରିବାର ପେନଶନ ପାଇବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ହୁଇଲ ଚେୟାର ଓ କମ୍ବଳ ପ୍ରଦାନ କରାଯାଇଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ପାଇଁ ସୁମତି ଜିଲ୍ଲା ପ୍ରଶାସନ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି ।