ଜିଲ୍ଲା ଭିନ୍ନକ୍ଷମ ମହାସଙ୍ଘ ତରଫରୁ ପଞ୍ଚାୟତ ର ଭିନ୍ନକ୍ଷମ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

0
98
ଜିଲ୍ଲା ଭିନ୍ନକ୍ଷମ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୧୦/୧୨) : ତା ୧୦/୧୨/୨୨ ରିଖ ରେ କୋଲନରା ବ୍ଲକ ର ମୁକୁନ୍ଦପୁର ଠାରେ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଙ୍ଘ ତରଫରୁ ଆଖପାଖ ପଞ୍ଚାୟତ ର ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ଆଜି ତା ୧୦ /୧୨ /୨୦୨୨ ରିଖ ରେ କୋଲନରା ବ୍ଲକ ର ମୁକୁନ୍ଦପୁର ଠାରେ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଙ୍ଘ ତରଫରୁ ଆଖପାଖ ପଞ୍ଚାୟତ ର ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ବୈଠକ ର ଆୟୋଜନ କରାଯାଇଥିଲା ।WhatsApp Image 2022 12 10 at 20.42.31 1 ଜିଲ୍ଲା ଭିନ୍ନକ୍ଷମ ମହାସଙ୍ଘ ତରଫରୁ ପଞ୍ଚାୟତ ର ଭିନ୍ନକ୍ଷମ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମ ଙ୍କୁ ସଶକ୍ତ କରିବା ଏବଂ ରାଜ୍ୟ / କେନ୍ଦ୍ରରୁ ଆସୁଥିବା ସରକାରୀ ଯୋଜନା କିପରି ଦିବ୍ୟାଙ୍ଗ ମାନଙ୍କ ପାଖକୁ ପହଞ୍ଚିବ । ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର କୋଲନରା ବ୍ଲକ ସଭାପତି ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଏବଂ ବ୍ଲକ ସମ୍ପାଦକ ଶ୍ରୀ ପ୍ରଫୁଲ ବିଡ଼ିକା ଙ୍କ ନେତୃତ୍ୱରେ ଏହି ବୈଠକ ଟି ଆୟୋଜନ ହେଇଥିଲା । ବୈଠକ କୁ ମାର୍ଗଦର୍ଶନ ଦେଇଥିଲେ ଜିଲ୍ଲା ରାୟଗଡ଼ା ଭିନ୍ନକ୍ଷମ ମହାସଙ୍ଘ ର ଜିଲ୍ଲା ସଭାପତି ଶ୍ରୀ ରାକେଶ ହିମିରିକା ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲି ।

ବୈଠକ ରେ ନିମନ୍ତ୍ରିତ ସଦସ୍ୟ ବୃନ୍ଦ ହେଲେ ମୁକୁନ୍ଦପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ହୁଇକା, କୋଲନାରା ବିଏସ୍ଏସ୍ଓ, କୋଲନାରା ଜିପିଓ, ସକ୍ଷମ ଓଡ଼ିଶା ପ୍ରଦେଶ ର ସଂରକ୍ଷକ ଡକ୍ଟର ବାଦଲ କୁମାର ତାହା, ସକ୍ଷମ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୁବା ପ୍ରମୁଖ ତଥା ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଶ୍ୟାମ କୁମାର ଦାଶ ଏବଂ ଅନ୍ୟାନ୍ୟ ଭିତରେ ଶ୍ରୀ ସମୂନାଥ ପାତ୍ର, ଶ୍ରୀ ଗୋବର୍ଦ୍ଧନ ରାଓ ଓ ଶ୍ରୀ ସନ୍ତୋଷ ଗାଣ୍ଟା, କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଅତିଥି ବୃନ୍ଦ ଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିଥିଲେ ।

ପ୍ରଥମ ଅଭିଭାଷଣ କୋଲନାରା ବିଏସ୍ଏସ୍ଓ ସରକାର ଙ୍କ ସମସ୍ତ ଭିନକ୍ଷମ ଯୋଜନା ମାନଙ୍କ ବିଷୟରେ ସଂକ୍ଷେପ ରେ ଉପସ୍ଥାପନା କରିଥିଲେ । ସରପଞ୍ଚ ମହୋଦୟା ଶ୍ରୀମତି ସନ୍ତୋଷିନୀ ହୁଇକା ଆଶ୍ୱାସନା ଦେଇଥିଲେ ଜେ ଆଗାମି ଦିନରେ ସରକାରଙ୍କ ସମସ୍ତ ଯୋଜନା କିପରି ଭିନକ୍ଷମ ମାନଙ୍କ ପାଖେ ପହଞ୍ଚିବ ତାହା ଉପରେ ନଜର ରଖିବେ । ଶ୍ରୀ ରାକେଶ ହିମିରିକା ଜିଲ୍ଲା ରେ ଭିନ୍ନକ୍ଷମ ଙ୍କ ସ୍ଥିତି କିପରି ଅଛି ଜଣାଇ ଦୟନୟ ଅବସ୍ଥାର ଉଲେକ୍ଷ କରି ଦୁଃଖ ପ୍ରକାଶ କରିଥିଲେ । ଶ୍ରୀ ଶ୍ୟାମ କୁମାର ଦାଶ ଦିବ୍ୟାଙ୍ଗ ଏବଂ ତାଙ୍କ ପରିବାର ଙ୍କ ପ୍ରକୃତ କଷ୍ଟ କ’ଣ ଜଣାଇବା ସହ ଆଗାମି ଦିନରେ ସକ୍ଷମ ପ୍ରତେକ ଟି କ୍ଷେତ୍ରରେ ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କ ସହ ଠିଆ ହେବ ଜାହା ପ୍ରତିଶୃତି ଦେଇଥିଲେ ।

ମୁଖ୍ୟବକ୍ତା ଡକ୍ଟର ବାଦଲ କୁମାର ତାହା ଜିଲ୍ଲାରେ ଦିବ୍ୟାଙ୍ଗ ସ୍ଥିତି କାହିଁକି ଖରାପ ଅଛି ଉପସ୍ଥାପନା କରିଥିଲେ , ଡକ୍ଟର ତାହା ଏହାବି କହିଲେ ଦିବ୍ୟାଙ୍ଗ ଙ୍କୁ କେବଳ ସହାନୁଭୂତି ନମିଳୁ ବରଂ ଦିବ୍ୟାଙ୍ଗ କିପରି ଆଗାମି ଦିନରେ ନିଜର ହକ୍ ପାଇବେ ତାହା ଉପରେ କାମ ହେବା ସହ ପ୍ରତେକ ଟି ଯୋଜନା ଯେପରି କାଗଜରେ ସୀମିତ ହେଇ ନରହିଯାଉ ଜଣାଇଥିଲେ । ପରିଶେଷରେ ବ୍ଲକ ସମ୍ପାଦକ ଶ୍ରୀ ପ୍ରଫୁଲ ବିଡ଼ିକା ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଶହେରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଭାଇ ଭଉଣୀ ଆସି କାର୍ଯ୍ୟକ୍ରମ କୁ ସଫଳ କରିବା ସହ ନିଜର ଅସୁବିଧା ବିଷୟରେ ନିମନ୍ତ୍ରିତ ସଦସ୍ୟ ମାନଙ୍କୁ ଦୃଷ୍ଟି ଆକର୍ଷଣ କରାଇଥିଲେ.ସକ୍ଷମ ତରଫରୁ ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଏବଂ ଶ୍ରୀ ପ୍ରଫୁଲ ବିଡ଼ିକା ଙ୍କୁ ଦିବ୍ୟାଙ୍ଗ ହେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ସେବା ଦେବା କାର୍ଯ୍ୟ ଏବଂ ଦିବ୍ୟାଙ୍ଗ ଙ୍କ ଅଧିକାର ପାଇଁ କାମ କରୁଥିବା ପାଇଁ ଏକ ମାନପତ୍ର ସହ ଉତ୍ତରୀୟ ଦେଇ ସନ୍ନମାନିତ କରାଯାଇଥିଲା ।