ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ, ଆନ୍ତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

0
117
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ

ରିପୋର୍ଟ : ଗୋପୀନାଥ ଗୌଡ଼
ବ୍ରହ୍ମପୁର, (୧୧/୧୨) : ଗତ ତା ୦୬/୧୨/୨୦୨୨ ଏବଂ ୦୭/୧୨/୨୦୨୨ ଦୁଇଦିନ ଧରି ଆନ୍ତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆନ୍ତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ରେ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ପୁରୁଷ ବିଭାଗ ପକ୍ଷରୁ ବିଡିକ। ସିଧୁ, ଚନ୍ଦ୍ରଶେଖର କଣ୍ଡାଗିରି, ଶିବ ହୁଇକା ଓ ସାମଲ ବ।ତ୍ରା, ମହିଳା ବିଭାଗ ପକ୍ଷରୁ ସୁପ୍ରିଆ କିଲକା, ପାର୍ବତି ସୁନା,ସନ୍ତୋସି ନାୟକ ଓ ରେସ୍‌ମା ନାୟକ, ଭାଗ ନେଇଥିଲେ । ସେମାନେ ଦୌଡ଼ ଓ ଉଚ୍ଚ ଡିଆଁ ଆଦି କ୍ରିଡ଼ା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ।

ତେଣୁ ଆଜି ଅର୍ଥାତ୍ ତା ୧୦/୧୨/୨୦୨୨ ଦିନ ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଡ.ପ୍ରଶନ୍ନ କୁମାର ଗନ୍ତାୟତ ଓ କ୍ରୀଡ଼ା ସଂସଦର ଉପ ସଭାପତି ଶ୍ରୀ କେ ଶସି, ସହ ଉପ ସଭାପତି ଶ୍ରୀ ଗିରୀସ୍‌ ପଟ୍ଟନାୟକ, ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ମନ୍ମଥ ଟୋଇକା, ଖେଳ ଶିକ୍ଷକ ଆଶିଷ ପୂଜାରୀ, ଟିମ୍ ମ୍ୟାନେଜର ରାଜେସ୍‌ ବେହେରା ପ୍ରମୁଖ କ୍ରୀଡ଼ା ବିତ୍‌ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।