ଆତଙ୍କବାଦୀ ସଙ୍ଗଠନ ତାଲିବାନ ର ସମ୍ପତ୍ତି କେତେ ? ତାଲିବାନର ସମର୍ଥନକାରୀ କିଏ ?

0
245

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୮) : ଆତଙ୍କବାଦୀ ସଙ୍ଗଠନ ତାଲିବାନ ମାତ୍ର କିଛି ଦିନରେ ହିଁ ଆଫଗାନିସ୍ତାନକୁ କବଜା କରିନେଇଛି । ତେବେ ପ୍ରଶ୍ନ ଉଠୁଛି କିପରି ଏତେ ଶକ୍ତିଶାଳୀ ହେଲା ତାଲିବାନ । ତାଲିବାନର ସମ୍ପତ୍ତି କେତେ ? ଏତେ ଟଙ୍କା ଆଣିଲା କେଉଁଠୁ । କିପରି ଏତେ ସଂଖ୍ୟକ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରୁଛି ତାଲିବାନ । ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଟଙ୍କା ଆସୁଛି କେଉଁଠୁ । ଆସନ୍ତୁ ଜାଣିବା ଆତଙ୍କବାଦୀ ସଙ୍ଗଠନକୁ ଟଙ୍କା ଆଶୁଛି କେଉଁଠୁ ।

ଆତଙ୍କବାଦୀ ସଙ୍ଗଠନ ତାଲିବାନ ପାଖରେ କେତେ ଟଙ୍କା ଅଛି ଓ ଏହା କେତେ ଟଙ୍କା ଖର୍ଚ୍ଚ କରିପାରିବ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ ତାଲିବାନର ସମ୍ପତ୍ତି କେତେ । କିନ୍ତୁ ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ, ତାଲିବାନର ବାର୍ଷିକ ଆୟ ୧୬୦ କୋଟି ଡଲାରରୁ ଅଧିକ । ୧୦ ବର୍ଷ ପୂର୍ବରୁ ତାଲିବାନର ଆୟ ୩୦୦ ମିଲିୟନ ଡଲାରରୁ କମ୍ ଥିଲା । ଏବେ ସଙ୍ଗଠନ ୫ ଗୁଣ ଅଧିକ ଆୟ କରୁଛି ।

ଭଏସ ଅଫ୍ ଆମେରିକାର ଏକ ରିପୋର୍ଟ ଅନୁସାରେ, ତାଲିବାନ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କରି ଡଲାର ଡଲାର ଅର୍ଥ ଆୟ କରୁଛି । ଅଫିମ ଚାଷ, ଡ୍ରଗ୍ସ ଚୋରା କାରବାର, ବେଆଇନ କବଜା ଓ ଲାଞ୍ଚ ଆଦି ମାଧ୍ୟମରେ ସଙ୍ଗଠନକୁ ଅଧିକ ଅର୍ଥ ମିଳୁଛି । ଗତବର୍ଷ ହିଁ ତାଲିବାନ ଡ୍ରଗ୍ସ ଚୋରା କାରବାର ମାଧ୍ୟମରେ ୪୦୦ ମିଲିୟନ ଡଲାର ରୋଜଗାର କରିଥିଲା । ଏହାବ୍ୟତୀତ ବେଆଇନ ଖଣି ଖନନ ଆଉ ଏକ ଆୟର ବଡ ଉତ୍ସ ।

ଆମେରିକା ଋଷ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ପାଇଁ ବଳି ପଡିଥିଲା ଆଫଗାନିସ୍ତାନ । ଆମେରିକୀୟ ଅଧିକାରୀଙ୍କ କହିବାନୁସାରେ, ଋଷ ହିଁ ତାଲିବାନକୁ ଅର୍ଥ ଯୋଗାଉଛି । ଅସ୍ତ୍ରଶସ୍ତ୍ର ମଧ୍ୟ ଦେଉଛି । ଏହି ଅର୍ଥ ସାହାଯ୍ୟରେ ତାଲିବାନ ଶକ୍ତିଶାଳୀ ହେବା ସହ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ସାମିଲ କରୁଛି । ଆଉ କିଛି ବିଶେଷଜ୍ଞ ପାକିସ୍ତାନ ଓ ଇରାନଠୁ ତାଲିବାନ ସାହାଯ୍ୟ ପାଉଥିବା ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ତାଲିବାନ ନେତାଙ୍କୁ ଚାନ୍ଦା ମଧ୍ୟ ମିଳିଥାଏ । ଅନେକ ଧନି ଓ ଫାଉଣ୍ଡେସନ ସଙ୍ଗଠନ ପାଇଁ ଅର୍ଥ ଯୋଗାଡ କରିଥାନ୍ତି । ୟୁଏଲ ଏହି ସବୁକୁ ନନ୍ ଗଭର୍ଣ୍ଣମେଣ୍ଟ୍ ଚାରିଟେବଲ ଫାଉଣ୍ଡେସନ ନେଟଓ୍ୱର୍କ କହିଥାଏ । ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ, ୨୦୧୮ରେ ଆଫଗାନ ସରକାର ୧୧ ଆରବ ଡଲାର ଖର୍ଚ୍ଚ କରିଥିଲା । ଯେଉଁଥିରୁ ୮୦ ପ୍ରତିଶତ ବିଦେଶରୁ ଆସିଥିଲା । ଅର୍ଥାତ ସରକାରଙ୍କ ପାଖରେ ନିଜସ୍ୱ ଅର୍ଥ ମାତ୍ର ୯ ଆରବ ଡଲାର ।

ଆଫଗାନିସ୍ତାନରେ ଅବସ୍ଥିତ ଆମେରିକୀୟ ବିଶେଷ ପ୍ରତିନିଧି ଜଲମେ ଖଲିଲଜାଦ୍ କହିଛନ୍ତି ଯେ, ତାଲିବାନକୁ ଅନ୍ତରାଷ୍ଟ୍ରୀୟ ସହାୟତାର ଆବଶ୍ୟକତା ନାହିଁ । କାରଣ ଆଫଗାନିସ୍ତାନକୁ ଶାସନ କରିବା ତାଲିବାନର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।