ଭବାନୀପାଟଣା ଠାରୁ ପଲାସା ଜାତୀୟ ରାଜପଥ ସଂଲଗ୍ନ ଦାବୀ କଲେ ବ୍ରହ୍ମପୁର ସାଂସଦ. ଶ୍ରୀ ସାହୁ

0
135
ଭବାନୀପାଟଣା ଠାରୁ ପଲାସା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୧୨) : ମାନନୀୟ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଲୋକସଭା ର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଭବାନୀପାଟଣା ଠାରୁ ପଲାସା ଜାତୀୟ ରାଜପଥ ସଂଲଗ୍ନ ଦାବୀ କରିଥିଲେ ।

ଶ୍ରୀ ସାହୁ ଜାତୀୟ ରାଜପଥ ଓ ପରିବହନ ମନ୍ତ୍ରୀଙ୍କ ପାଖରେ ଭବାନୀପାଟଣା ଠାରୁ ପଲାସା ଜାତୀୟ ରାଜପଥ ସଂଲଗ୍ନ ଦାବୀ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି କି ପଲାସା ଠାରୁ ପାରଳାଖେମୁଣ୍ଡି ରାମନାଗୁଡ଼ା ବିଷମ କଟକ ମୁନିଗୁଡା, ଭାବନୀପାଟଣା ଙ୍କୁ ଜାତୀୟ ରାଜପଥ କରିବା ପାଇଁ ସେ ତାଙ୍କ ଦାବୀ ପ୍ରକୋଟ କରିଛନ୍ତି । ସେ ତାଙ୍କ ପ୍ରଶ୍ନ ରେ କହିଛନ୍ତିକି ୨୦୧୫ ଠାରୁ ଏହି ପ୍ରକଳ୍ପ ନିମନ୍ତେ ଡିପିଆର ପ୍ରସ୍ତୁତ କରିବା ପାଇଁ ଏକ ସଂସ୍ଥା ଙ୍କୁ ନିଯୁକ୍ତି ଦିଆଯାଇଛି ।

ତେବେ ଏ ଯାଏଁ ଏହା କେଉଁ ଅବସ୍ଥା ରେ ଅଛି ଆଉ କ’ଣ ପଦକ୍ଷେପ ନିଆଯାଇଛି ଏହାର ଉତ୍ତର ଦେବାକୁ ମନ୍ତ୍ରୀ ଙ୍କ ପାଖରେ ଦାବୀ କରିଛନ୍ତି । ଏହି ରାଜପଥ ନିର୍ମାଣ ହେଲେ ଆନ୍ଧ୍ର, ଗଜପତି, ରାୟଗଡ଼ା, କଳାହାଣ୍ଡି ସହ ଛତିଶଗଡ଼ ଙ୍କୁ ସଂଯୋଗ ହେବା ସହ ଆଇନ ଶୃଙ୍ଖଳା ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି, ଏହି ରାଜପଥ ନିର୍ମାଣ ହେଲେ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ସାହୁ ଲୋକସଭା ରେ ପ୍ରସ୍ତାବ କରିଛନ୍ତି । ଏହି ସମୟ ରେ ଲୋକସଭା ବାଚସ୍ପତି ଚେୟାର ରେ ଶ୍ରୀ କାର୍ତିକଲେଲ ସୁରେଶ ଅଧ୍ୟକ୍ଷତା କରିଛନ୍ତି । ଏହି ରାଜପଥ ନିର୍ମାଣ ହେଲେ ଗଜପତି, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଆଲୋଚନା ହେଉଛି ।