କାଶୀନଗର ବ୍ଲକ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0
627
କାଶୀନଗର ବ୍ଲକ ଠାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧୧) : ଆଜି ଗଜପତି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କାଶୀନଗର ବ୍ଲକ ଠାରେ ଏକ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ବ୍ଲକ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ । କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟମ୍ମା ଜିଲ୍ଲା ପରିଷଦ ସଭ୍ୟା ଜୋନ୍ ୧ ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଏହି ଶିବିର ରେ ଯୋଗ ଦେଇଥିଲେ । ବିଡ଼ିଓ ଶ୍ରୀ ଖଗେଶ୍ଵର ତାଣ୍ଡି ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ । ବ୍ଲକର ବିଭିନ୍ନ୍ ପଞ୍ଚାୟତ ରୁ ଭିନ୍ନକ୍ଷମ ବ୍ୟକ୍ତି ମାନେ ଆସି ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ୧୯୧ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିଲେ । ସେଥି ମଧ୍ୟରୁ ୧୬୬ ଜଣ ଭିନ୍ନକ୍ଷମ ମାନଙ୍କୁ ଏଠାରେ ଚିକିତ୍ସିତ କରାଯାଇ ପାରିଥିଲା ବୋଲି ବିଡ଼ିଓ ଶ୍ରୀ ତାଣ୍ଡି କହିଛନ୍ତି । ଏଠାରେ ଭିନ୍ନକ୍ଷମ ମାନଙ୍କୁ ବସ ପାସ ଓ ଜବ କାର୍ଡ ଦିଆଯାଇଥିଲା ବୋଲି ଶ୍ରୀ ତାଣ୍ଡି ସୂଚନା ଦେଇଛନ୍ତି ।