ଶିଆଳି ଉନ୍ନତ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

0
271
ହାଇସ୍କୁଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୧୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଶିଆଳି ଉନ୍ନତ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ସରକାରୀ ଉନ୍ନତ ହାଇସ୍କୁଲ ର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜବ୍ଲିନ ଥ୍ରୋ, ଉଚ୍ଚ ଡିଆଁ, ଡିସ୍କୁଶ ଥ୍ରୋ, କ୍ରିକେଟ ବାଳକ ବାଳିକା ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ଜେନା ଏହାକୁ ଉଦଘାଟନ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଧିରେନ ପାତ୍ର, ଏନ ଲଷ୍ମୀ, ନାରାୟଣ, ପି.ଶ୍ରୀନିବାସ ଶିକ୍ଷକ ମାନେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।