କମ୍ରେଡ ବିନୋଦ ମିଶ୍ରଙ୍କ ୨୪ତମ ସ୍ମୃତି ଦିବସ ପାଳିତ

0
99
କମ୍ରେଡ ବିନୋଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୦/୧୨) : ସି ପି ଆଇ ( ଏମଏଲ) ଲିବରେସନ ତରଫରୁ ଜଲତାର ପଞ୍ଚାୟତ ର ଲୁଗୁଂରୁ ତାଲ ଠାରେ ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ବିନୋଦ ମିଶ୍ର ଙ୍କ ୨୪ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଥିଲା ।WhatsApp Image 2022 12 19 at 13.40.50 1 କମ୍ରେଡ ବିନୋଦ ମିଶ୍ରଙ୍କ ୨୪ତମ ସ୍ମୃତି ଦିବସ ପାଳିତ

କମ୍ରେଡ ବିନୋଦ ମିଶ୍ର ଉତ୍ତର ପ୍ରଦେଶ ର ମିର୍ଜାପୁର ଜିଲ୍ଲା ମେରିଆ ଗାଁ’ରେ ୨୪ ମାର୍ଚ୍ଚ ୧୯୪୭ ରେ ଜନ୍ମ ଗ୍ରହଣ କରିଥିଲେ ।ଇଂଜିନିୟରିଂ ଚାକିରି ଲାଗି ଜର୍ମାନୀ ଯିବା ବଦଂ କରି ଭାରତ ରହିଥିବା ନିଷ୍ପେଷିତ – ଖଟିଖିଆ – ଗରିବ ଲୋକଙ୍କ ପାଇଁ କାମ କଲେ । ବିନୋଦ ମିଶ୍ର ଙ୍କ ସ୍ୱପ୍ନ ଥିଲା ଯେ କ୍ଷମତା ବାସ୍ତବିକ ରୂପରେ ଜନଗଣଙ୍କ ହାତରେ ଠୁଳ ହେବା ଉଚିତ୍ ଏବଂ ପ୍ରତ୍ୟେକ ନାଗରିକ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନ ରହିବା ଉଚିତ୍ । ସେ ଚାହୁଁଥିଲେ ଯେ ଏକ ଏପରି ଭାରତ ହେଉ ଯେଉଁଥିରେ ଏକତାର ଆଧାର ବିବିଧତାର ସମ୍ମାନରେ ହେବ ।

ଯେଉଁଠାରେ ଭିନ୍ନମତର ଅର୍ଥ ଘୃଣା ଉଦ୍ରେକକାରୀ ତଥା ଜନଗଣଙ୍କୁ ଭାଗ ଭାଗ କରିବାକୁ ବ୍ୟବହୃତ ହେଉ ନ ଥିବ । ଯେଉଁଠାରେ ଗଣତନ୍ତ୍ରର ଶକ୍ତି -ଅସହମତିର ସମ୍ମାନ ତଥା ନିଜ ନିଜ ଭିତରେ ଆଲୋଚନା ମାଧ୍ୟମରେ ହେଉଥିବ । ସେ ଏପରି ଭାରତର ସ୍ୱପ୍ନ ଦେଖୁଥିଲେ ଯେଉଁଠାରେ ଧର୍ମ ଏବଂ ରାଜନୀତି ମଧ୍ୟରେ ମୋଟେ କୌଣସି ଭିତିରି ତାଳମେଳ ରହୁ ନ ଥିବ । ରାଜନୀତି ଅସମାନତା, ଅତ୍ୟାଚାର ଓ ଶୋଷଣ ଆଧାରିତ ସମାଜ ବ୍ୟବସ୍ଥା ବିରୁଦ୍ଧରେ ଏକ ଅସ୍ତ୍ର ହେଉଥିବ ।

ସେ ସି ପି ଆଇ (ଏମଏଲ) ଲିବରେସନ କୁ ଅଦମ୍ୟ ସାହସ, ଶକ୍ତି ଏବଂ ପରିପକ୍ୱତା ସହିତ ସଚ୍ଚା ଗଣତନ୍ତ୍ରର ହାସଲ ଏବଂ ସବୁ ପ୍ରକାରର ବିଷମତାରୁ ମୁକ୍ତି ପାଇବା ପାଇଁ ଚାଲିଥିବା ସଂଘର୍ଷକୁ ଆଗକୁ ବଢାଇବା ପାଇଁ କାର୍ଯ୍ୟରତ ଏକ ବିଶାଳ, ଶକ୍ତିସମ୍ପନ୍ନ ଏବଂ ଜୀବନ୍ତ କମ୍ୟୁନିଷ୍ଟ ପାର୍ଟି ରୂପରେ ଦେଖିବାକୁ ଚାହୁଁଥିଲେ । ସେ ଚାହୁଁଥିଲେ ଯେ ସି ପି ଆଇ (ଏମଏଲ) ଲିବରେସନ ସଂସଦୀୟ ତାମସା ସହିତ ସବୁ ପ୍ରକାରର ରଣଭୂମିରେ ଜନଗଣଙ୍କର ଆବାଜ ବା ସ୍ୱର ହେଉ । ସେ ଏକଥା ମଧ୍ୟ କହୁଥିଲେ ଯେ ଇତିହାସର ସବୁଠୁ ବଡ଼ ମୁକ୍ତିଯୁଦ୍ଧର ଫଇସଲା ତ ସବୁବେଳେ ସଡକର ଆନ୍ଦୋଳନ ଗୁଡ଼ିକରୁ ଜନଗଣଙ୍କ ଦାବୀ ଭିତରୁ ଆସିଛି ।WhatsApp Image 2022 12 19 at 13.40.51 କମ୍ରେଡ ବିନୋଦ ମିଶ୍ରଙ୍କ ୨୪ତମ ସ୍ମୃତି ଦିବସ ପାଳିତ

ସେ ଭାରତ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଅତୀତର ଭୁଲ ଏବଂ ଧକ୍କାରୁ ଶିକ୍ଷା ନେଇ, ସମସ୍ତ ସଂଘର୍ଷଶୀଳ ଶକ୍ତିଗୁଡିକର ସହାୟତାରେ ଏକତାବଦ୍ଧ ହେବା ଏବଂ କମ୍ୟୁନିଷ୍ଟ ଆନ୍ଦୋଳନକୁ ନୂତନ ଉଚ୍ଚତା ପ୍ରଦାନ କରିବା ପାଇଁ ଆସୁଥିବା ଆହ୍ୱାନକୁ ସ୍ୱୀକାର କରିବାକୁ ପାର୍ଟିକୁ ପ୍ରେରିତ କରୁଥିଲେ । ଯା ଫଳରେ ଭାରତକୁ ଏକ ସାମ୍ପ୍ରଦାୟିକ ଫାସିବାଦୀ ରାଷ୍ଟ୍ରରେ ପରିବର୍ତ୍ତନ କରିଦେବା ପାଇଁ ସଂଘ ବ୍ରିିଗ୍ରେଡର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣି ବିଫଳ କରି ହେବ ।

ସାମ୍ପ୍ରଦାୟିକ ଫାସିବାଦ ବିଜେପି ସରକାର କର୍ପୋରେଟ ସପକ୍ଷବାଦୀ ଜନ ବିରୋଧୀ ନିତି ଓ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଷଡଯନ୍ତ୍ର ଯୋଗୁଁ ଦେଶର ଏକତା ସ୍ଵାଧୀନତା ଗଣତନ୍ତ୍ର ସମ୍ବିଧାନ ପ୍ରତି ଆଜି ଗୁରୁତ୍ୱର ବିପଦ ସୃଷ୍ଟି ହୋଇଛି । ରାଜ୍ୟ ର ଅପାରଗତା ବିଜେପି ର ସହୋଯାଗ ହୋଇଛି । ଏ ମାନଙ୍କ ବିରୋଧରେ ବାମପନ୍ଥି ଶକ୍ତି ଗୁଡିକ ଏକତା ହେବାକୁ ପଡିବ ।

କମ୍ରେଡ ବିଏମଙ୍କ ମୃତ୍ୟୁର ୨୪ତମ ବାର୍ଷିକୀରେ ଆମେ ସି ପି ଆଇ (ଏମଏଲ) ଲିବରେସନ କୁ ସବୁ ଦୃଷ୍ଟିରୁ ମଜବୁତ୍ କରିବା ପାଇଁ ଏବଂ ୧୬-୨୦ ଫେବୃଆରୀ ୨୦୨୩ ତାରିଖରେ ବିନୋଦ ମିଶ୍ର ନଗର (ପାଟନା) ଠାରେ ହେବାକୁ ଥିବା ପାର୍ଟିର ୧୧ତମ ମହାଧିବେଶନ ଏବଂ ୧୫ ଫେବୃଆରୀ ୨୦୨୩ରେ ହେବାକୁ ଥିବା ‘ଗଣତନ୍ତ୍ର ବଞ୍ଚାଅ, ଭାରତ ବଞ୍ଚାଅ’ ସମ୍ମିଳନୀକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ ।