ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୬/୧୨) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଢେପ ବାକିଟି ସାହିର ନିଖୋଜ ଗୁଡଲା ଭେଙ୍କଟ ରାଓ ଙ୍କ ଝିଅ ସାଇ ସ୍ୱରୂପା ନିଖୋଜ ଘଟଣାକୁ ବିତିଲାଣି ୬ ଦିନ ।
ଗତ ରବିବାର ରାତ୍ରୀ ୭ ଟାରୁ ନିଖୋଜ ଅଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ନାବାଳିକା ସାଇ ସ୍ୱରୂପା ଘର କୁ ଯାଇ ବାପା ଭେଙ୍କଟ ରାଓ ଙ୍କ ସହ ବାର୍ତାଳାପ କରିଥିଲେ । ସେଠାରେ ଗୁଡ଼ାରୀ ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବର ଉପସ୍ଥିତ ଥିଲେ ।