ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଗଛ ଓ ବେଆଇନ ଡ଼ିଜଳ ଚାଲିତ କରତ କଳ ଜବତ

0
106
ବନବିଭାଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୨/୧୨) : ବିନିକା ବନାଞ୍ଚଳ କାର୍ଯ୍ୟଳୟ ଅଧିକାରୀ ଅଧିନସ୍ଥ କୌଡିଆମୁଣ୍ଡା ଫରେଷ୍ଟ ସିଆଲି ଗ୍ରାମରେ ପାଖର ଅସ୍ଥାଇ ଡ଼ିଜଳ ଚାଳିତ କରତ କଳ ଚଡ଼ାଉ କରି ବନବିଭାଗ ଲକ୍ଷାଧିକ ଟଙ୍କା ସାଇଜ ଗଛ ଓ ପଟ୍ଟା ସହିତ ବେଆଇନ ଡ଼ିଜଳ ଚାଲିତ କରତ କଳ ଜବତ କରିଥିଲା ।

ଲକ୍ଷାଧିକ ଟଙ୍କା ଗଛ ଓ ବେଆଇନ ଡ଼ିଜଳ ଚାଲିତ କରତ କଳ ଜବତ କରିବା ସହ ୩ ଜଣଙ୍କୁ ବନବିଭାଗ ଗିରଫ କରିଥିବା ବିନିକା ବନାଞ୍ଚଳ କାର୍ଯ୍ୟଳୟ ଅଧିକାରୀ ଡ଼ମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବିନିକା ବନାଞ୍ଚଳ କାର୍ଯ୍ୟଳୟ ଅଧିକାରୀ ଶ୍ରୀ ପଧାନ ବିଶ୍ଵସ୍ଥ ସୁତ୍ରରୁ ଖବର ପାଇ ରାତ୍ର ପ୍ରାୟ ୧ ଘଣ୍ଟା ସମୟରେ ବନ ବିଭାଗ କର୍ମଚାରୀ ମାନଙ୍କୁ ପଠାଇ ଅସ୍ଥାଇ କରତ କଳ ଉପରେ ଚଢ଼ାଉ କରିଥିଲେ ।

ସେଠାରୁ ମେସିନ ଚାଳକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁଭଟା ଗ୍ରାମର ଧବଲେଶ୍ଵର ସାହୁ- (୫୬), ବରଗଡ଼ ଜିଲ୍ଲା ବିଜେପୁର ଥାନା ଡ଼େଙ୍ଗେରା ଗ୍ରାମର- ବାଲ ମୁକୁନ୍ଦ ସା (୩୮) ଓ ଦୁତିଆ ସା (୪୦)କୁ ଗିରଫ କରିବାସହ ହଲନ ପଟ୍ଟା- ୯୫ ଖଣ୍ଡ- ପ୍ରାୟ ୨୦ ସିଏଫଟି ଓ ସାଇଜ ରେହେନ ଗଛର ୨୦ ଖଣ୍ଡ ଆନୁମାନିକ ୧୨ ସିଏଫଟି ଏହିପରି ସର୍ବମୋଟ ୩୨ ସିଏଫଟି ସହ ଡ଼ିଜଳ ଚାଲିତ କରତ କଳ ଜବତ କରାଯାଇଛି ।

ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲକୁ ପଠାଯାଇଛି । ଏହି ଚଡ଼ାଉ ରେ ଫରେଷ୍ଟ ଗାଡ଼- ବଲରାମ ନାଏକ, ରାମେଶ୍ଵର ମେହେର, ଶକ୍ତି ରାଜ ସିଂଙ୍ଗ ଧରୁଆ, ପାରାସ୍କୁୟାର୍ଡ଼ ଧୃବଚରଣ ଭୋଇ, କବି ଝାଙ୍କର, ବେଲାର ସେନ ବାଗ, ସୁଶାନ୍ତ ମହାକୁର, ସରୋଜ କାଲସେ, ଦୁର୍ବାଦଳ ବଗର୍ତ୍ତି, ପ୍ରମୁଖ ସାମିଲ ଥିଲେ ।