ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ରେ ସେନଫେଷ୍ଟ ଉଦଘାଟିତ

0
787
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୪/୧୨) : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ ଅନୁଷ୍ଠିତ ହୋଇଯାଇଛି ।

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ରେ ସେନଫେଷ୍ଟ ଉଦଘାଟିତ ଉତ୍ସବ ରେ ମୁଖ୍ୟ ଅତିଥୀ ରୂପେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭୁବନେଶ୍ୱର ସ୍ଥିତ ସିବିଏସଇ ଆଞ୍ଚଳିକ ମୁଖ୍ୟ ଡଃ ଅଖିଲେଶ କୁମାର, ସମ୍ମାନୀତ ଅତିଥୀ ଭାବେ ୱାଲ୍ଟିଅର ଡିଭିଜନ ବରିଷ୍ଟ ଡିସିଏମ ପ୍ରିତି ରାଣା, ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ, ଅଧ୍ୟକ୍ଷ ରାଧା କ୍ରୀଷ୍ଣା ମହାପାତ୍ର ଓ ଉମାରେଣୁ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସମୃଦ୍ଧ କରେ ଶିକ୍ଷା । ସମାଜରେ ଶୃଙ୍ଖଳିତ ମଣିଷ ଗଠନରେ ଶିକ୍ଷାର ମହତ୍ୱପୂର୍ଣ୍ଣ ରହିଛି ।

ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରାଜ୍ୟର ଶିକ୍ଷା ହାରଠୁ ଜିଲ୍ଲାର ଶିକ୍ଷା ହାର କମ୍‍ ରହିଛି । ତେଣୁ ସେଞ୍ଚୁରିଅନ ଭଳି ଶିକ୍ଷାନୁଷ୍ଠାନ ଅଞ୍ଚଳର ଯୁବପିଢୀଙ୍କୁ ଶିକ୍ଷାଦ୍ୱାରା ଆତ୍ମନିର୍ଭରଶୀଳ କୌଶଳ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ପଛୁଆ ଅଞ୍ଚଳକୁ ଆଗକୁ ନେବାକୁ ସହାୟକ ହୋଇଛି । ତେଣୁ ଏହି ଶିକ୍ଷାନୁଷ୍ଠାନ ସହିତ ଯଡିତ ସମସ୍ତ ସଦସ୍ୟ ସମାଜରେ ଜଣେ ଆଲୋକବର୍ତ୍ତିକା ସଦୃଶ ବୋଲି ମୁଖ୍ୟ ଅତିଥୀ ଶ୍ରୀ ଶର୍ମା ସଭାରେ ମତବ୍ୟକ୍ତ କରିଛନ୍ତି । ଅନୁରୂପ ଶଭାରେ ଉଦବୋଧନ ଦେଇ ଶ୍ରୀ କୁମାର କହିଛନ୍ତି, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଆହରଣ ସ୍ଥାନ । ଶିକ୍ଷା ଓ ତାଲିମ ହାସଲ କରିବା ଜୀବନର ମୂଳ ଲକ୍ଷ୍ୟ ନହୋଇ ବ୍ୟକ୍ତିତ୍ୱ ଗଠନରେ ଛାତ୍ରଛାତ୍ରୀ ମନନିବେଶ କରିବା ଆବଶ୍ୟକ ରହିଛି ।

ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟରେ ଶିକ୍ଷା ମିଳିଥାଏ । କିନ୍ତୁ ବ୍ୟକ୍ତିତ୍ୱ ଉନ୍ନତି ପାଇଁ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଘରେ ଛାତ୍ରଛାତ୍ରୀ ଅଧୀକାଂଶ ସମୟ ଅତିବାହିତ କରୁଥିବାରୁ ପ୍ରଥମେ ଘରୁ ତଥା ଅଭିଭାବକଙ୍କ ଠାରୁ ପିଲାଙ୍କ ନିକଟକୁ ସଂସ୍କାର ସ୍ଥାନାନ୍ତରିତ ହୋଇଥାଏ । ଜଣେ ଛାତ୍ର କିମ୍ବା ଛାତ୍ରୀ ଜୀବନରେ ଭଲ ବ୍ୟକ୍ତିତ୍ୱ ହାସଲ କଲେ ସୁସ୍ଥ ସମାଜ ଗଠନ ହେବ । ଏବଂ ସୁସ୍ଥ ସମାଜ ଗଠନ ହେଲେ ଦେଶର ଭବିଷ୍ୟତ ଉକୃଷ୍ଟ ହେବ । ତେଣୁ ବିଦ୍ୟାଳୟ ଶିକ୍ଷା ସାଙ୍ଗକୁ ବିଦ୍ୟାର୍ଥୀ ନିଜ ଘରୁ ବ୍ୟକ୍ତିତ୍ୱ ବିକାଶ ଶିକ୍ଷା ହାସଲ କଲେ ଦେଶର ଉନ୍ନତି ଘଟିବ ବୋଲି ଶ୍ରୀ କୁମାର ମତବ୍ୟକ୍ତ କରିଛନ୍ତି । ସେହିଭଳି ବରି ଡିସିଏମ ପ୍ରିତି ରାଣା ମଧ୍ୟ ଶିକ୍ଷାଦାନ ବ୍ୟବସ୍ଥାରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭୂମିକା ସଂମ୍ପର୍କରେ ମତପୋଷଣ କରିଥିଲେ ।

ସେଞ୍ଚୁରିଅନ ୨୦୧୦ ମସିହାରେ ରାୟଗଡ଼ାରେ ସ୍ଥାପିତ ହୋଇଥିଲା । ଏହାପରେ ଶିକ୍ଷାନଷ୍ଠାନ କିଭଳି ୩୦ ଜଣ ଛାତ୍ରଛାତ୍ରୀଙ୍କ ଠାରୁ ଗତ ୧୨ବର୍ଷ ମଧ୍ୟରେ ସଫଳତାର ଶିର୍ଷୀରେ ପହଞ୍ଚିଛି ତାହା ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ ସଭାରେ ପ୍ରକାଶ କରିଥିଲେ । ଏହି ଅବସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ମାନୀତ କରାଯାଇଥିଲା । ଏଥି ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାବେଳେ ୫ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଏହା ଉପଭୋଗ କରିଛନ୍ତି ।