ନିୟମଗିରି ର ଅନେକ ଗାଁ ବିଜୁଳି ଆଲୁଅର ସାତ ସପନ

0
303
ନିୟମଗିରି ର ଅନେକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୧୨) : ନିୟମଗିରି ର ଅନେକ ଗାଁ ବିଜୁଳି ଆଲୁଅର ସାତ ସପନ । ସରକାରଙ୍କ ଭାଷଣରେ ସିମିତ ରହିଗଲା ହର ଘରମେ ବିଜିଲି ।

ସହରାଞ୍ଚଳ, ଗ୍ରାମାଞ୍ଚଳ କି ଦୃର୍ଗମଞ୍ଚଳର ପ୍ରତ୍ୟକ ଘରଘରକୁ ବିଜୁଳି ଆଲୁଅ ଯୋଗାଇ ଦିଆଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ପ୍ରଶାସନ ଓ ବିଭାଗର ଖାମଖିଆଲୀ ଓ ଅବହେଳା ଯୋଗୁଁ ଆଜି ବି ନିୟମଗିରି ର ଅନେକ ଅଞ୍ଚଳରେ ବିଜୁଳି ଆଲୁଅ ସାତ ସପନ ହୋଇ ରହିଯାଇଛି ଯାହା ଫଳରେ ଆଜି ବି ଅନ୍ଧାରରେ ଲୋକ ରହି ଡିବିରି ଆଲୁଅରେ ଦିନ କଟାଉଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟଟି ନିୟମଗିରି ପାହାଡରେ ବସବାସ କରୁଥିବା ଅଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ କିଛି ଗାଁ’ର ଡଙ୍ଗରିଆ ଙ୍କ ଅଭିେଯାଗ ।

ଦିଲ୍ଲିରୁ ପଲିରେ ପିରିଚିତ ଏହି ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ । ଏହି ପାହାଡ ଢାଲରେ ଓ ପାହାଡ ତଳେ ଯୁଗଯୁଗ ଧରି ରହି ଆସୁଛନ୍ତି ଅଦିମ ଜନଜାତି ନିରୀହ ଡଙ୍ଗରିଆ କନ୍ଧଙ୍କ ପରିବାର । ଦେଶ ସ୍ୱାଧୀନ ହୋଇ ଦଶ ଦଶନ୍ଧୀ ବିତି ଯାଇଥିଲେ ମଧ୍ୟ ଏମାନଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନହୋଇ ରହିଯାଇଛି ।

କଲ୍ୟାଣସିଂହପୁର ନିୟମଗିରି ପାହାଡର ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତର ଡଙ୍ଗରିଆ ଗାଁ କାଡ୍ରାକା ବଣ୍ଡେଲି,, ଟେବାପଡା, ପାଞ୍ଚକୋଡି, ବୋଙ୍ଗପାଡୁ ପ୍ରାୟ ଅନେକ ଗାଁ’କୁ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖି ପାରି ନାହାଁନ୍ତି । ସରକାରଙ୍କ ପକ୍ଷରୁ ଏହି ଗାଁ ମାନଙ୍କୁ ସଲାର ଲାଇଟ ଯୋଗାଇ ଦେଇଛନ୍ତି ସତ କିନ୍ତୁ ତାହା ଉନ୍ନତ ମାନର ସୋଲାର ଲାଇଟ ହୋଇ ନଥିବାରୁ ତାହା ଅଳ୍ପ ଦିନରେ ନଷ୍ଟୋ ହୋଇ ଯାଉଛି । ଏହି ଗାଁ ମାନଙ୍କ ନିକଟ ଗାଁ ଗୁଡିକୁ ବିଜୁଳି ଯାଇଛି କିନ୍ତୁ ବାକି ରହିଥିବା ଗାଁ ମାନଙ୍କୁ କାହିଁକି ବିଜୁଳି ଯୋଗାଇ ଦେଉ ନାହାନ୍ତି ବୋଲି କିଛି ଡଙ୍ଗରିଆ ଯୁବକମାନେ ପ୍ରଶ୍ନ କରିଛନ୍ତି ।

ଏହି ସମସ୍ୟା କୁ ନେଇ ବାରମ୍ବାର ବିଦ୍ୟୁତ ବିଭାଗ, ସ୍ଥାନିୟ ପ୍ରସାଶନ ଓ ଜନ ପ୍ରତିନିଧି ମାନଙ୍କୁ ଗୁହାରି କରୁଥିଲେ ମଧ୍ୟ ଆଜିକାଲି ଜିବ କହି ଚୁପ୍ ରହି ଯାଉଛନ୍ତି ଡଙ୍ଗରିଆ ମାନେ ଅଭିେଯାଗ କରିଛନ୍ତି । ଏ ବିଜୁଳି ଆଲୁଅରୁ ବଞ୍ଚିତ ଥିବା କାଡ୍ରାକା ବଣ୍ଡେଲି ଗାଁ’ରେ ୪୫ ପରିବାର, ପାଞ୍ଚକୋଡି ୨୩,ବୋଙ୍ଗପାଡୁ ୧୬, ଟେବାପଡା ଗାଁରେ ୨୦ ଟି ପରିବାର ରହି ଆସୁଥିବା ବେଳେ ଏହି ପାଞ୍ଚଗୋଟି ଗାଁ’ରେ ମୋଟ ୧୧୬ ଟି ପରିବାରକୁ ବିଜୁଳି ଆଲୁଅରୁ ବଞ୍ଚିତ ରହିଛନ୍ତି । ଏହି ମାନଙ୍କୁ ଆଜି ପର୍ଯ୍ୟନ୍ତ କାହିଁକି ଓ କେଉଁଁ କାରଣରୁ ବିଜୁଳି ସଂଯୋଗ କରାଯାଉନି ଏଥି ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଏହି ପାଞ୍ଚଖଣ୍ଡ ଗାଁ’କୁ ବିଜୁଳି ଯୋଗାଇଦେବା ପାଇଁ ଡଙ୍ଗରିଆ ମାନେ ଅଭିେଯାଗ କରିଛନ୍ତି ।